🔥 ट्रेंडिंग कलवा तालाब में पारेदिप गुलाब विश्वकर्म... उत्तर प्रदेश चुनावों के लिए SP‑Congres... उत्तर प्रदेश के पुलिस अधिकारी और सेवान... बिजेपी ने 2027 यूपी चुनाव में जीत का र... स्ट एग्नेस कॉलेज के कडेट मोहन ने सिख म... सिक्किम राइडर्स मीट 2026 ड्जोंगु में श...
17 नव. 2026•
ગુજરાતી मराठी ਪੰਜਾਬੀ বাংলা

ଗୁଣୁପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ଜାତୀୟ ପ୍ରେସ୍ ଦିବସ ପାଳିତ ।

✍️ रिपोर्टर: Suresh Ch Rath 🗓 17 नव. 2026, 12:39 AM 👁 27
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଗୁଣୁପୁର (ନିଡ୍ ୨୪ ନିୟୁଜ୍)- ଗୁଣୁପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଜାତୀୟ ପ୍ରେସଦିବସ ପାଳିତ ହୋଇଯାଇଛି। ଇତି ଅବସରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ଶ୍ରୀ ଅନନ୍ତ ପତ୍ର ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଗଣମାଧ୍ୟମର ପ୍ରତିନିଧିମାନେ ନିଜ ନିଜ ମଧ୍ୟରେ ସୁସମ୍ପର୍କରେ ବାନ୍ଧି ହୋଇ ସମାଜର ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେଇ ଥିଲେ ।ଏହାସହ ସେ କହିଥିଲେ କି ସମାଜ ତଥା ଜନସାଧାରଣଙ୍କ ସମସ୍ୟାର ସତ୍ୟତା ଯାଞ୍ଚ କରି ସମ୍ବାଦ ପରିବେଷଣ କରିବାକୁ ଆହ୍ୱାନ ଦେଇଥିଲେ । ଆଜି ବୈଠକରେ ଗଣମାଧ୍ୟମ ପ୍ରତନିଧିମାନଙ୍କ ସୁରକ୍ଷା ଓ ବୀମା ବିଷୟରେ ଆଲୋଚନା କରାଯାଇଥିଲା ।ଏହି ବୈଠକକୁ ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ଆବାହକ ଶ୍ରୀ ଶକ୍ତି ଦାଶ ଅଧ୍ୟକ୍ଷତା କରିଥିବାବେଳେ ସଂଘର ସଭ୍ୟମାନେ ଯଥା: ଶ୍ରୀ କିରଣ ପାଣିଗ୍ରାହୀ,ଶ୍ରୀ ରଞ୍ଜିତ୍ ପାଢ଼ୀ,ଶ୍ରୀ ସୂର୍ଯ୍ୟ ପଟ୍ଟନାୟକ,ଶ୍ରୀ ରଞ୍ଜିତ୍ ସାହୁ,ଶ୍ରୀ ହରିହର ଶତପଥୀ , ଶ୍ରୀ ରାଜେଶ ପୃଷ୍ଟି ଶ୍ରୀ ସତ୍ୟ ନାରାୟଣ ସାହୁ,ଶ୍ରୀ ବିଶ୍ୱନାଥ ମହାପାତ୍ର,ଶ୍ରୀ ସୁରେଶ ରଥ ଓ ଶ୍ରୀ ସୁନୀଲ ସାବତ ପ୍ରମୁଖ ଉପସ୍ଥିତ ରହିଥିଲେ।ଶ୍ରୀ ସୋମନାଥ ଗମାଙ୍ଗ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଞ୍ଚାଳନ କରିଥିଲେ ।ଶେଷରେ ଅତିଥିମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସଭା ଭଙ୍ଗ କରାଯାଇଥିଲା ।
📲Get App