🔥 TRENDING ગોપાષ્ટમી નિમિત્તે કુકસવાડાની 'માં ગૌ... ಚನ್ನಗಿರಿ ತಾಲೂಕ್ ಸಂಯುಕ್ತ ಜನತಾದಳದ ಕಾರ್ಯಕ... Elephant ‘Kabra Kaan’ Tamed After Stan... भारत न्यूज़ Delhi Borrower Owes Additional ₹9,480... ಈಚನಾಳ ಶಾಲೆಯಲ್ಲಿ ಶಾಲಾ ಅವಧಿಯಲ್ಲಿ ಶಿಕ್ಷಕರ...
17 Nov 2026•
ગુજરાતી मराठी ਪੰਜਾਬੀ বাংলা

ଜାତୀୟ ପ୍ରେସ୍ ଦିବସ ପାଳିତ: ସାମ୍ବାଦିକଙ୍କ ସୁରକ୍ଷା ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ

✍️ Reporter: Sukumar Mandal 🗓 17 Nov 2026, 09:47 PM 👁 18
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି (୧୬/୧୧): ମାଲକାନଗିରି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ୍ (ଏମ୍‌ୟୁଜେ) ପକ୍ଷରୁ ଆଜି ସ୍ଥାନୀୟ ଏମ୍‌ୟୁଜେ ଭବନରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ୟୁନିୟନର ସଭାପତି ଦେବ ପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଏସ୍‌ଡିପିଓ ଦିବ୍ୟରଞ୍ଜନ ଦଳେଇ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ।

ଏହି ଅବସରରେ ଅତିଥିମାନେ ଗଣମାଧ୍ୟମର ଗୁରୁତ୍ୱ ଓ ଦାୟିତ୍ୱବୋଧ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଥିବା ବେଳେ ନିରପେକ୍ଷ, ସତ୍ୟନିଷ୍ଠ ଓ ବାସ୍ତବ ଖବର ପରିବେଷଣ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ସେମାନେ କହିଥିଲେ। ଏଥିସହ ସମ୍ବାଦ ସଂଗ୍ରହ ସମୟରେ ସାମ୍ବାଦିକମାନେ ନିଜ ସୁରକ୍ଷା ପ୍ରତି ସଚେତନ ରହିବା ସହ ଜନସାଧାରଣଙ୍କ ସମସ୍ୟା ଓ ତାହାର ସମାଧାନ ଦିଗରେ ସହାୟକ ହେଉଥିବା ଖବରକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ।

ଏହାପରେ ୟୁନିୟନର ସମ୍ପାଦକ କାମରାଜ ଜେନା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ମାଲକାନଗିରି ଜିଲ୍ଲାରେ ଏମ୍‌ୟୁଜେ ସଂଗଠନର ଆରମ୍ଭରୁ ବର୍ତ୍ତମାନର ସ୍ଥିତି, ୟୁନିୟନ ଭବନ ନିର୍ମାଣ ଏବଂ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସଭାପତିଙ୍କ ସମେତ ବରିଷ୍ଠ ସାମ୍ବାଦିକମାନେ ନିଜ ନିଜର ମତ ରଖିଥିଲେ।

ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ଏମ୍‌ୟୁଜେ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହ ମାଥିଲି ବ୍ଲକର ଦୀନବନ୍ଧୁ ନାୟକ ଓ ଖଇରପୁଟ ବ୍ଲକର ଆନନ୍ଦ ଚାର୍କିଙ୍କୁ ନିଜ ନିଜ ବ୍ଲକର ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ସେହିପରି ଶରତ ଚନ୍ଦ୍ର ମହାରଣା ଓ ଈଶ୍ୱର ରାଓଙ୍କୁ ସାଙ୍ଗଠନିକ ସମ୍ପାଦକ ଭାବେ ଶପଥ ପାଠ କରାଯାଇଥିଲା।

କାର୍ଯ୍ୟକ୍ରମରେ ସଭାପତି ଦେବ ପ୍ରସାଦ ଦାସଙ୍କ ସହ ବରିଷ୍ଠ ସାମ୍ବାଦିକ ଭାସ୍କର ବେହେରା, ଶିବପ୍ରସାଦ କୀର୍ତ୍ତନିଆ, ଏ. ଈଶ୍ୱର ରାଓ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଜୀବନ ଦାସଙ୍କ ସମେତ ଜିଲ୍ଲାର ସାତଟି ବ୍ଲକର ସଭାପତି, ୟୁନିୟନର ବିଭିନ୍ନ କର୍ମକର୍ତ୍ତା ଓ ପ୍ରାୟ ୮୦ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଶୁଭାଶିଷ କର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଈଶାକ ଖୋସଲା ଧନ୍ୟବାଦ ଅର୍ପଣ କରିଥିଲେ।
📲Get App