Jobs & Career
ଆସନ୍ତା ୨୩ରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଅଙ୍ଗନବାଡି କର୍ମୀ
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୩ରୁ ୭ଦଫା ଦାବିରେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଅଙ୍ଗନବାଡି କର୍ମୀ ଓ ସହାୟିକା । ଏନେଇ ରବିବାର ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟାଳୟରେ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ରାଜ୍ୟ ସରକାରଙ୍କ ବିଳମ୍ବ ଓ ଅବହେଳାକୁ ବିରୋଧ କରି ସଂଘ ଏହି ନିଷ୍ପତ୍ତି ନେଇଛି।
ଦରମା ବୃଦ୍ଧି, ଚାକିରି ନିୟମିତ କରିବା, ୫୫ ବର୍ଷ ବୟସ ସୀମା ଓ କାର୍ଯ୍ୟଦକ୍ଷତା ସମୀକ୍ଷା ନିଷ୍ପତ୍ତି ପ୍ରତ୍ୟାହାର, ଏବଂ ବକେୟା ଭତ୍ତା ପ୍ରଦାନ ଭଳି ୭ଟି ପ୍ରମୁଖ ଦାବି ନେଇ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବେ।
ତେବେ ନଭେମ୍ବର ୨୩ରୁ ଏହି ଧର୍ମଘଟ ଆରମ୍ଭ ହେଲେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବା ସହ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପୁଷ୍ଟିସାଧନ ତଥା ପ୍ରାକ୍-ବିଦ୍ୟାଳୟ ଶିକ୍ଷା ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି।