🔥 ट्रेंडिंग पश्चिम बंगाल में 6 महीनों में 5 पुलिस... ದೇವದುರ್ಗದಲ್ಲಿ ರೈತರ ನೀರಿಗಾಗಿ ಹೋರಾಟಕ್ಕೆ... बाराबंकी में सांता ग्लोबल रजा का उर्स... बिहार में पति को मिली पत्नी का अफेयर,... न्यूज ऑन एयर दे रहा ब्रेकिंग न्यूज़ अप... ଦିଲ୍ଲୀରେ କ୍ରମାଗତ ୫ମ ଦିନ ପାଇଁ ଶସ୍ତା ହେଲ...
17 नव. 2026•
ગુજરાતી मराठी ਪੰਜਾਬੀ বাংলা
राजनीति

ଆଜି ଦିନ ୧୧ଟାରେ ବସିବ ସର୍ବଦଳୀୟ ବୈଠକ, ଯୋଗଦେବେ ସମସ୍ତ ଦଳର ବିଧାୟକ

✍️ रिपोर्टर: Deepak Mahapatra 🗓 17 नव. 2026, 12:15 PM 👁 25
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଆସନ୍ତା ୧୮ ତାରିଖରୁ ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଅଧିବେଶନ ଆରମ୍ଭ ପୂର୍ବରୁ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀ ଆଜି ଦିନ ସାଢ଼େ ୧୧ଟା ବେଳେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏଥିରେ ଗୃହ ସୁରୁଖୁରୁରେ ପରିଚାଳନା ପାଇଁ ବାଚସ୍ପତି ସଭିଙ୍କର ସହଯୋଗ ଲୋଡ଼ିବେ ।

ସେହିପରି ଆଜି ବିରୋଧୀ ଦଳ ବିଜେଡି ସରକାରଙ୍କୁ ଘେରିବା ପାଇଁ ସନ୍ଧ୍ୟା ୫ଟାରେ ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ଡାକିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାରଙ୍କୁ ଘେରିବାକୁ ବିଭିନ୍ନ ରଣନୀତି ପ୍ରସ୍ତୁତ କରବ । ବିଶେଷ କରି ଗଞ୍ଜାମ ବନ୍ୟା, କୋଟିଆ ସୀମା ବିବାଦ, ମହାନଦୀ ଜଳ ବିବାଦ, ବିପର୍ଯ୍ୟୟ ପରିଚାଳନାରେ ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି, କେନ୍ଦ୍ରୀୟ ଅବହେଳା, ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ଆଲୋଚନା ହେବ ବୋଲି ଦଳୀୟ ବିଧାୟକ ସୂଚନା ଦେଇଛନ୍ତି ।

ସେହିପରି ଆଜି କଂଗ୍ରେସର ମଧ୍ୟ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସୂଚନା ଦେଇଛନ୍ତି । ବୈଠକରେ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ନେଇ ଆଲୋଚନା ପ୍ରସ୍ତୁତ ହେବ ବୋଲି ଶ୍ରୀ କାଡ଼ାମ କହିଛନ୍ତି ।

ଅପରପକ୍ଷେ ବିରୋଧୀଙ୍କ ରଣନୀତିକୁ ମାତ ଦେବା ସହିତ ଏହାକୁ ଉପଯୁକ୍ତ ଭାବେ ମୁକାବିଲା କରିବାକୁ ଶାସକ ବିଜେପି ସନ୍ଧ୍ୟା ୬ଟାରେ ବିଧାୟକ ଦଳ ବୈଠକ କରିବ ବୋଲି ଉପମୁଖ୍ୟ ସଚେତକ ସୂଚନା ଦେଇଛନ୍ତି । ଆଜି ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।
📲Get App