ମୋଟୁ ଅଞ୍ଚଳରେ ଚାଞ୍ଚଲ୍ୟ: ଘର ଭିତରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର
ମାଲକାନଗିରି, ୧୫ ନଭେମ୍ବର: ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୋଟୁ ଥାନା ଅନ୍ତର୍ଗତ ଏମପିଭି-୭୮ ଗ୍ରାମରୁ ୨୫ ବର୍ଷୀୟା ସୁନୀତା ମଣ୍ଡଳଙ୍କ ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ସୁନୀତା ଘର ଭିତରେ ଥିବା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ତାଙ୍କର ମୃତ୍ୟୁ ସମ୍ପର୍କରେ ଖବର ପାଇ ମୃତକଙ୍କ ଭିଣୋଇ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ମୋଟୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ସୁନୀତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡ଼ିଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ଜଣାପଡ଼ିନାହିଁ। ପୁଲିସ ତଦନ୍ତ ପରେ ଘଟଣାର ସମସ୍ତ ତଥ୍ୟ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।