🔥 TRENDING शहादा शहर व ग्रामीण भागात दुष्काळाच्या... महावन में राया कट पुल पर बस में लगी भी... बिजली विभाग का डोर-टू-डोर अभियान, उपभो... સાબરકાંઠા સુન્ની મોમીન સમાજ દ્વારા સમૂ... ਪੰਜਾਬ 'ਚ ਮਿਲੇਗਾ 500 ਰੁਪਏ 'ਚ ਸਿਲੰਡਰ! ਹਰ... समस्तीपुर में क्षत्रपति पटेल विचार मंच...
14 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ; ନଭେମ୍ବର ୧୬ରୁ ନେବେ ଦାୟିତ୍ୱ

✍️ Reporter: Deepak Mahapatra 🗓 14 Nov 2026, 03:33 PM 👁 25
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟକୁ ମିଳିବେ ନୂଆ ମୁଖ୍ୟ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟଙ୍କୁ ମୁଖ୍ୟ ବିଚାରପତିଙ୍କ ଦାୟିତ୍ୱ ତୁଲାଇବା ପାଇଁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି। ଆସନ୍ତା ନଭେମ୍ବର ୧୬ ତାରିଖରୁ ସେ ଏହି ଦାୟିତ୍ୱ ସମ୍ଭାଳିବେ।
କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ନ୍ୟାୟ ବିଭାଗ (ନିଯୁକ୍ତି ଶାଖା) ପକ୍ଷରୁ ଶୁକ୍ରବାର ଏନେଇ ବିଜ୍ଞପ୍ତି ଜାରି ହୋଇଛି। ଭାରତୀୟ ସମ୍ବିଧାନର ଧାରା ୨୨୩ ଅନୁଯାୟୀ ରାଷ୍ଟ୍ରପତି ଏହି ନିଯୁକ୍ତି ଦେଇଛନ୍ତି।
ସୂଚନା ଅନୁଯାୟୀ, ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ନଭେମ୍ବର ୧୫ ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ଅବସର ପରେ ନଭେମ୍ବର ୧୬ରୁ ଜଷ୍ଟିସ୍ ବିଭୁ ପ୍ରସାଦ ରାଉତରାୟ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟ ଓ ଦାୟିତ୍ୱ ତୁଲାଇବେ। ତାଙ୍କର ଏହି ନିଯୁକ୍ତି ପରେ ହାଇକୋର୍ଟରେ ନ୍ୟାୟିକ ଓ ପ୍ରଶାସନିକ କାର୍ଯ୍ୟଧାରା ଜାରି ରହିବ।
📲Get App