🔥 TRENDING જનજાતીય ગૌરવ સપ્તાહ અંતર્ગત દેડિયાપાડા... Bengal & Assam Company Ltd Receives St... Jharkhand Government Pledges Impartial... Jharkhand Defends SMAT 2026 Title with... Kerala Karunya KR-776 Lottery Draw Ann... Kerala police arrest man suspected of...
14 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଭୋକର କରୁଣ ଚିତ୍ର; ରାସ୍ତାକଡ଼ରେ ମୃତ କୁକୁର ମାଂସ ଛିଣ୍ଡାଇ ଖାଇଲେ ବ୍ୟକ୍ତି, ସମ୍ବଲପୁରରୁ ଆସିଲା ଅଭାବନୀୟ ଦୃଶ୍ୟ

✍️ Reporter: Deepak Mahapatra 🗓 14 Nov 2026, 03:20 PM 👁 24
Share: 💬 WhatsApp 📘 Facebook 𝕏 Post
ସମ୍ବଲପୁର: ଭୋକର ଯନ୍ତ୍ରଣା କେତେ ଭୟଙ୍କର ହୋଇପାରେ, ତାହାର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ରାସ୍ତାକଡ଼ରେ ମୃତ କୁକୁରର ମାଂସ ଖାଉଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଚିନ୍ତା ବଢ଼ାଇଛି।

ସୂଚନା ଅନୁସାରେ, ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର ଛକ ନିକଟରେ ଏକ ଗାଡ଼ି ଧକ୍କାରେ କୁକୁରଟିର ମୃତ୍ୟୁ ହୋଇଥିଲା। ଏହାପରେ କୁକୁରର ମୃତଦେହ ରାସ୍ତାକଡ଼ରେ ପଡ଼ି ରହିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ମୃତ କୁକୁର ପାଖରେ ବସି ତା'ର ମାଂସ ଖାଉଥିବା ଦେଖିବାକୁ ମିଳିଥିଲା।

ବ୍ୟକ୍ତିଙ୍କ ଅବସ୍ଥା ଓ ପୋଷାକକୁ ଦେଖି ସେ ଅତ୍ୟନ୍ତ ଅସହାୟ ଥିବା ସହ ମାନସିକ ଭାବେ ଅସୁସ୍ଥ ହୋଇଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତାଙ୍କୁ ଏପରି ମାଂସ ଖାଇବାରୁ ରୋକିବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରଥମେ ସେ କାହାରି କଥା ଶୁଣି ନଥିଲେ ଏବଂ ମାଂସ ଖାଇବା ଜାରି ରଖିଥିଲେ।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଭୋକ, ଦାରିଦ୍ର୍ୟ ଓ ମାନସିକ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି। ଏଭଳି ଅସହାୟ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଖାଦ୍ୟ, ଆଶ୍ରୟ ଓ ଆବଶ୍ୟକ ଚିକିତ୍ସା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ଏହି ଘଟଣା କେବଳ ଏକ ଭାଇରାଲ୍ ଭିଡିଓ ନୁହେଁ, ବରଂ ସମାଜରେ ରହିଥିବା ଭୋକ ଓ ଅସହାୟତାର ଏକ ଗମ୍ଭୀର ଚିତ୍ରକୁ ସାମ୍ନାକୁ ଆଣିଛି।
📲Get App