अपराध
କୁଞ୍ଜଲତା ନନ୍ଦ ହତ୍ୟା ମାମଲା : ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ କେୟାର ଟେକର୍
ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହତ୍ୟା ଘଟଣାରେ କ୍ରାଇମ୍ ସ୍ପଟ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି ପୋଲିସ।
ଆଜି ବୁଦ୍ଧନଗରସ୍ଥିତ ବୃଦ୍ଧା କୁଞ୍ଜଲତା ନନ୍ଦ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ କେୟାରଟେକର ବଳଭଦ୍ର ମହାରଣାକୁ ନେଇ କମିଶନରେଟ୍ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି। ସେ କିପରି ଘରେ ପଶିଲା, କିଭଳି ହତ୍ୟା କଲା ଏବଂ କେଉଁ ବାଟ ଦେଇ ଫେରାର ହେଲା ତାହା ପୋଲିସ ଆଗରେ ଗୋଟି ଗୋଟି କରି ବଖାଣିଛି।
ଗତ ନଭେମ୍ବର ୩ ତାରିଖ ରାତିରେ ଭୁବନେଶ୍ୱର ବୁଦ୍ଧନଗର ଅଞ୍ଚଳରେ ୭୬ ବର୍ଷୀୟା କୁଞ୍ଜଲତା ନନ୍ଦଙ୍କୁ ହତ୍ୟା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ୪୦ ବର୍ଷୀୟ ବଳଭଦ୍ର ମହାରଣା ଗତ ପାଞ୍ଚ ମାସରୁ ଅଧିକ ସମୟ ଧରି ମୃତକଙ୍କ ଘରେ କେୟାରଟେକର ଭାବେ କାମ କରୁଥିଲା ଏବଂ ଉପର ମହଲାରେ ରହୁଥିଲା।
ପୋଲିସ ତଦନ୍ତ ଅନୁଯାୟୀ, ପୂର୍ବରୁ ନିଜ ସ୍ତ୍ରୀଙ୍କୁ କାମରୁ ବାହାର କରିଦିଆଯାଇଥିବାର ପୁରୁଣା ରାଗ ଏବଂ ସୁନା ଗହଣା ଓ ଟଙ୍କା ଲୋଭରେ ବଳଭଦ୍ର ଏହି ହତ୍ୟାକାଣ୍ଡ ଘଟାଇଥିଲା। ଘରେ ବୃଦ୍ଧା ଜଣକ ଏକୁଟିଆ ଥିବାର ସୁଯୋଗ ନେଇ ସେ ତାଙ୍କୁ ତଣ୍ଟି ଚିପି ଓ ଆକ୍ରମଣ କରି ହତ୍ୟା କରିଥିଲା। ହତ୍ୟା ପରେ ଅଭିଯୁକ୍ତ ପୁରୀ, କୋଲକାତା, ରାଞ୍ଚି, ପାନିପଥ ଏବଂ ସୁରତ ଭଳି ବିଭିନ୍ନ ସହରକୁ ଯାଇ ପୋଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲା।
ଲକ୍ଷ୍ମୀସାଗର ଥାନା ପୋଲିସ ଓ ଗୁଜରାଟ ପୋଲିସର ମିଳିତ ଟିମ୍ ମୋବାଇଲ ଲୋକେସନ୍ ଟ୍ରାକ୍ କରି ଗୁଜରାଟର ଭଦୋଦରା ଜିଲ୍ଲାରେ ଏକ ଚଳନ୍ତା ବସ୍ରୁ ତାକୁ ଗିରଫ କରିଥିଲେ। ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯିବା ପରେ, ପୋଲିସ ବଳଭଦ୍ରକୁ ଘଟଣାସ୍ଥଳକୁ ନେଇ ସମ୍ପୂର୍ଣ୍ଣ ହତ୍ୟାକାଣ୍ଡର ଡେମୋ ବା ସିନ୍ ରିକ୍ରିଏସନ୍ କରାଇଛି।
ଅନ୍ୟପଟେ କୁଞ୍ଜଲତା ନନ୍ଦ ହତ୍ୟା ମାମଲାରେ ଲୁଟ ସାମଗ୍ରୀ ଜବତ ହୋଇଛି। ଘରୁ ଚୋରି ହୋଇଥିବା ସମସ୍ତ ସୁନା, ରୁପା ବାସନ ଜବତ ହୋଇଛି। ବିଭିନ୍ନ ପ୍ରକାର ଅଳଙ୍କାର ସହ ଗୋଲ୍ଡ ପ୍ଲେଟେଡ ତାସ ମଧ୍ୟ ଜବତ ହୋଇଛି। ପୁରୀ ବ୍ରହ୍ମଗିରି ଅଞ୍ଚଳର ସବିତା ସେଠୀ ନାମକ ମହିଳାଙ୍କ ଘରୁ ଚୋରି ଜିନିଷ ଜବତ ହୋଇଛି। ବଳଭଦ୍ର ସମସ୍ତ ଜିନିଷ ନେଇ ସେଠାରେ ରଖିଥିବା ଜଣାପଡିଛି।