राजनीति
ଗଞ୍ଜାମ ବନ୍ୟା: ତଥ୍ୟ ସହ ବିଧାନସଭାକୁ ଆସ, ଦମ୍ ଅଛି ତ ପ୍ରେସମିଟ୍ କର: ସୁରେଶ, ପିଏମଜି ଛକରେ ମଂଚ ବାନ୍ଧ, ମୁଁ ଏକା ଲଢ଼ିବି: ଅରୁଣ
୨୦୧୩ ମସିହା ଫାଇଲିନରେ ୨୩ଜଣ ଓ ବନ୍ୟାରେ ୨୨ଜଣ ପ୍ରାଣ ହରାଇଥିଲେ। ତିତଲି ୨୦୧୮ମସିହାରେ ଆସିଲା, ୭୨ ଜଣ ପ୍ରାଣ ହରାଇଲେ। ଫନି ସମୟରେ କିଏ ମୁଖ୍ୟମନ୍ତ୍ରୀ ଥିଲେ, ୬୫ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ବାତ୍ୟା ଅର୍ଣ୍ଣବ ସମୟରେ ଭୂସ୍ଖଳନକୁ ଛାଡ଼ିଦେଲେ ଆଉ ମୃତ୍ୟୁ ହୋଇନାହିଁ କହିଛନ୍ତି ରାଜସ୍ୱ ମନ୍ତ୍ରୀ ।ଗଞ୍ଜାମ ଜିଲ୍ଲାରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ରାଜନୀତି ଥମିବାର ନାଁ ଧରୁନି। ବିରୋଧୀ କ୍ରମାଗତ ଭାବେ ଏହି ବନ୍ୟାକୁ ‘ମନୁଷ୍ୟକୃତ’ କହି ସରକାରଙ୍କୁ ଘେରିବାରେ ଲାଗିଥିବାବେଳେ ଗତକାଲି ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ସ୍ପଷ୍ଟୀକରଣ ପରେ ଆଜି ପୁଣିଥରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ନାକୁ ଆସିଛନ୍ତି। ବିରୋଧୀଙ୍କୁ ଆଗାମୀ ବିଧାନସଭା ଅଧିବେଶନରେ ତଥ୍ୟ ସହ ବିତର୍କ କରିବାକୁ ଆହ୍ୱାନ ଦେଇଛନ୍ତି। ଆଉ ଦମ୍ ଅଛି ତ ଭିଡିଓ ବାର୍ତ୍ତା ନଛାଡ଼ି ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ରଖ ବୋଲି କହିଛନ୍ତି।
ସୁରେଶଙ୍କ ଏଭଳି ଦମ୍ଭୋକ୍ତିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ। ରାଜସ୍ୱ ମନ୍ତ୍ରୀଙ୍କ ଆହ୍ୱାନକୁ କଟାକ୍ଷ କରି ଶ୍ରୀ ସାହୁ କହିଛନ୍ତି ଯେ, ସରକାର ବିଧାନସଭା ବନ୍ଦ କରିଦେଉଛନ୍ତି, ତେଣୁ ଯଦି ସତସାହସ ଅଛି ତେବେ ଭୁବନେଶ୍ୱରର ପିଏମଜି ଛକରେ ମଂଚ ବାନ୍ଧନ୍ତୁ, ସେଠାରେ ମନ୍ତ୍ରୀ-ତାଙ୍କ ଦଳର ନେତାମାନେ ବସନ୍ତୁ ଆଉ ଅନ୍ୟପଟେ ସେ ଏକା ହିଁ ବସି ଖୋଲା ବିତର୍କ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ବାଦବିବାଦ ମଧ୍ୟରେ କଂଗ୍ରେସ ମଧ୍ୟ ବନ୍ୟା ପରିଚାଳନା ପାଇଁ ସରକାରଙ୍କୁ ଦାୟୀ କରି ରାଜସ୍ୱ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।
ଗଞ୍ଜାମ ବନ୍ୟା ପ୍ରସଙ୍ଗରେ ଆଜି ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଶ୍ରୀ ପୂଜାରୀ ଖୋଲାଖୋଲି ଭାବେ ବିରୋଧୀ ଦଳକୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ରରେ ଅଭିଯୋଗ କରିବାର ଅଧିକାର ସମସ୍ତଙ୍କର ଅଛି,କିନ୍ତୁ କେବଳ ପ୍ରଶ୍ନ କରିଦେଲେ ହେବନାହିଁ, ତଥ୍ୟକୁ ସାମ୍ନା କରିବାକୁ ପଡ଼ିବ। ବାତ୍ୟା 'ଅର୍ଣ୍ଣବ' ସମୟରେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସରକାର ଆବଶ୍ୟକ ବ୍ୟବସ୍ଥା କରିଥିଲେ, କିନ୍ତୁ ଗଞ୍ଜାମ ଜିଲ୍ଲାର ଇତିହାସରେ ଏଥର ଅସାଧାରଣ ପରିମାଣର ବର୍ଷା ୮୦୪.୮ ମିଲିମିଟର ରେକର୍ଡ କରାଯାଇଥିଲା। ଯାହାକି ସମଗ୍ର ଓଡ଼ିଶା ଇତିହାସରେ ଚତୁର୍ଥ ସର୍ବାଧିକ ବୃଷ୍ଟିପାତ।
ଡ୍ୟାମ୍ ଗେଟ୍ ଖୋଲିବା ଓ ବନ୍ଦ କରିବା ନେଇ ବିରୋଧୀଙ୍କ ପ୍ରଶ୍ନକୁ କାଉଣ୍ଟର କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ସୋରଡ଼ାରେ ଗେଟ୍ ନାହିଁ, ତୁମେ କଲ ନାହିଁ? ଋଷିକୂଲ୍ୟାର ଉପନଦୀ ଧନେଇରେ ଅଟୋମେଟିକ୍ ଗେଟ୍ ଅଛି। ସେଠି କେମିତି ମ୍ୟାନେଜ୍ କରାଯାଏ, ସେ ବିଦ୍ୱାନମାନେ କହିପାରିବେ। ଆଉ ଭିଡିଓ ବାର୍ତ୍ତା ଜରିଆରେ ପ୍ରଶ୍ନ ପଚାରିଥିବା ବ୍ୟକ୍ତି ଯଦି ଦମ୍ ଅଛି ସାମ୍ବାଦିକ ସମ୍ମିଳନୀ କର। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖ। ଖାଲି ଭିଡିଓ ବାର୍ତ୍ତା କରି ଛାଡ଼ି ଦିଅ ନାହିଁ।
ପୂର୍ବ ବିଜେଡି ସରକାରଙ୍କ ଜିରୋ କାଜୁଆଲିଟି ଦାବିକୁ ମିଥ୍ୟା ପ୍ରମାଣିତ କରିବାକୁ ଯାଇ ମନ୍ତ୍ରୀ ଶ୍ରୀ ପୂଜାରୀ ଇତିହାସର ରେକର୍ଡ ରଖିଛନ୍ତି। ସେ କହିଛନ୍ତି, '୧୯୯୯ ମସିହା ସୁପର ସାଇକ୍ଲୋନ ସମୟରେ ବ୍ୟବସ୍ଥା ନଥିଲା, ୯୮୬୬ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ୨୦୧୩ ମସିହା ଫାଇଲିନରେ ୨୩ଜଣ ଓ ବନ୍ୟାରେ ୨୨ଜଣ ପ୍ରାଣ ହରାଇଥିଲେ। ତିତଲି ୨୦୧୮ମସିହାରେ ଆସିଲା, ୭୨ ଜଣ ପ୍ରାଣ ହରାଇଲେ। ଫନି ସମୟରେ କିଏ ମୁଖ୍ୟମନ୍ତ୍ରୀ ଥିଲେ, ୬୫ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ବାତ୍ୟା ଅର୍ଣ୍ଣବ ସମୟରେ ଭୂସ୍ଖଳନକୁ ଛାଡ଼ିଦେଲେ ଆଉ ମୃତ୍ୟୁ ହୋଇନାହିଁ। ମୋହନ ମାଝୀଙ୍କ ସରକାରରେ ଯେଉଁ ବିପର୍ଯ୍ୟୟ ଆସିଛି ଲୋକଙ୍କ ଜୀବନହାନି ହୋଇନାହିଁ। ଗତ ତିନି ମାସ ମଧ୍ୟରେ ଓଡ଼ିଶା କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି। ଏବେ ବିରୋଧୀ କୁହନ୍ତୁ ଏହି ବାତ୍ୟାରେ ଗଞ୍ଜାମରେ କେତେ ଜଣଙ୍କ ମୃତ୍ୟୁ ହୋଇଛି?
ମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ, ୧୮ତାରିଖରୁ ବିଧାନସଭା ଆରମ୍ଭ ହେବ। ବିପର୍ଯ୍ୟୟ ପରିଚାଳନାରେ ଆମେ କେତେ ପ୍ରସ୍ତୁତ, ତଥ୍ୟ ନେଇକି ଯିବା, ସବୁ ସାମଗ୍ରିକ ଆଲୋଚନା କରିବାକୁ ବିରୋଧୀ ଦଳଙ୍କୁ ଆହ୍ୱାନ କରୁଛୁ। ୨୫ ବର୍ଷ ଭିତରେ ଜଳସମ୍ପଦ ବିଭାଗର ବନ୍ୟା ନିୟନ୍ତ୍ରଣ ଓ ପିଇବା ପାଣି ହେଉ କିମ୍ବା ପାଣି ଛାଡ଼ିବା ରଖିବା ଯାନ୍ତ୍ରିକ ଜିନିଷ, ବିଗତ ସରକାର ନିଜକୁ ଅଧ୍ୟୟନ କରନ୍ତୁ, ତା'ପରେ ଉତ୍ତର ମାଗନ୍ତୁ। ଆମେ ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଆଖି ଆଗରେ ରଖି ବିପର୍ଯ୍ୟୟ ପରିଚାଳନା ଓ ଭିତ୍ତିଭୂମି ବିକାଶ ପାଇଁ ଲମ୍ବା ଯୋଜନା କରୁଛୁ। ଅତୀତ ସରକାର ଉତ୍ତରଦାୟୀ ଓ ଆମେ ମଧ୍ୟ ଉତ୍ତରଦାୟୀ। ଆସନ୍ତୁ ଉପଯୁକ୍ତ ଫୋରମରେ ଲମ୍ବା ବିତର୍କ କରିବା ବୋଲି ଶ୍ରୀ ପୂଜାରୀ ଆହ୍ୱାନ କରିଛନ୍ତି।
ଅନ୍ୟପକ୍ଷରେ, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୟାନ ଓ ବିଧାନସଭା ବିତର୍କ ଆହ୍ୱାନ ଉପରେ ପାଲଟା ଜବାବ ଦେଇ ବିଜେଡି ବିଧାୟକ ଶ୍ରୀ ସାହୁ କହିଛନ୍ତି ଯେ, ଶବ୍ଦର ଚାତୁରୀରେ ଇତିହାସ ଲେଖାଯାଏ ନାହିଁ, ବରଂ ବାସ୍ତବ କଥାକୁ ନେଇ ଇତିହାସ ଲେଖାଯାଏ। ଗତ ୨୫ବର୍ଷ ମଧ୍ୟରେ ଗଞ୍ଜାମ (Ganjam Flood) ଏଭଳି ସ୍ଥିତି ଦେଖିନଥିଲା, କିନ୍ତୁ ବର୍ତ୍ତମାନର ବିଜେପି ସରକାରଙ୍କ ଅମଳରେ ଗଞ୍ଜାମବାସୀ ଏଭଳି ଦୁର୍ଦ୍ଦଶା ଭୋଗିଲେ।
ସରକାର ନିଜେ ବିଧାନସଭା ଚଳାଇବାକୁ ଚାହୁଁନାହାନ୍ତି ଓ ବିରୋଧୀ ଦାବି ଉଠାଇଲେ ଆଲୋଚନା ନକରି ଗୃହ ବନ୍ଦ କରିଦେଉଛନ୍ତି। ତେଣୁ ସେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ, ଯଦି ସତସାହସ ଅଛି ତେବେ ଭୁବନେଶ୍ୱରର ପିଏମଜି ଛକରେ ଏକ ମଂଚ ବାନ୍ଧନ୍ତୁ, ସେଠାରେ ମନ୍ତ୍ରୀ ଓ ତାଙ୍କ ଦଳର ସମସ୍ତ ନେତା ବସନ୍ତୁ ଓ ଅନ୍ୟପଟେ ସେ ଏକା ବସି ଖୋଲା ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏହାସହିତ ବିଜେଡି ସରକାର ସମୟରେ ଫାଇଲିନ୍, ତିତଲି, ହୁଡହୁଡ୍ ଓ ଫନି ଭଳି ବଡ଼ ବଡ଼ ବାତ୍ୟାକୁ ସଫଳତାର ସହ ମୁକାବିଲା କରାଯାଇଥିଲା, କିନ୍ତୁ ବର୍ତ୍ତମାନର ସରକାର ମାଲକାନଗିରି ଜଗିଥିବାବେଳେ ଗଞ୍ଜାମରେ ବନ୍ୟା ହୋଇଗଲା ବୋଲି ଅରୁଣ ସାହୁ କଟାକ୍ଷ କରିଛନ୍ତି।
ସେପଟେ କଂଗ୍ରେସ ଗଞ୍ଜାମ ବନ୍ୟା ପ୍ରସଙ୍ଗରେ ସରକାରଙ୍କ ବିଫଳତାକୁ ଦାୟୀ କରିଛି। ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ କଡ଼ା ସମାଲୋଚନା କରି ତାଙ୍କର ଇସ୍ତଫା ଦାବି କରିଛି। ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନାରେ ରାଜସ୍ୱ ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଛି ଓ ସରକାରଙ୍କ ପାଖରେ ୬୫୦୦ କୋଟି ଟଙ୍କା ପଡ଼ି ରହିଥିଲେ ମଧ୍ୟ ତାହାକୁ ଖର୍ଚ୍ଚ କରି ଲୋକଙ୍କୁ ରିଲିଫ୍ ଓ ଘରଭଙ୍ଗା ସହାୟତା ଦେବାରେ ସରକାର ବିଫଳ ହୋଇଛନ୍ତି।
ଭାରତୀୟ ପାଣିପାଗ ବିଭାଗ ୨୩ ତାରିଖରୁ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିସାରିଥିଲେ ମଧ୍ୟ ସରକାର ଗଞ୍ଜାମ ଜିଲ୍ଲାକୁ ଗୁରୁତ୍ୱ ଦେଇନଥିଲେ। ଯେଉଁଥିପାଇଁ ସୋରଡ଼ା, ଭଞ୍ଜନଗର ଓ ଘୋଡ଼ାହାଡ଼ ଭଳି ଡ୍ୟାମରୁ ଠିକ୍ ସମୟରେ ପାଣି ନଛାଡ଼ିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ଲ୍ୟାଣ୍ଡସ୍ଲାଇଡରେ ଏବେ ବି ଲୋକେ ମାଟି ତଳେ ପୋତି ହୋଇ ରହିଛନ୍ତି, ତେଣୁ ନିଜର ବିଫଳତା ପାଇଁ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।