स्थानीय
ବୈତରଣୀରେ ବୁଡ଼ ପକାଇବା ବେଳେ ବୁଡ଼ିଗଲେ ଦମ୍ପତି
ବୈତରଣୀରେ ବୁଡ଼ ପକାଇବା ବେଳେ ବୁଡ଼ିଗଲେ ଦମ୍ପତି। ଆଜି ଯାଜପୁରରେ ଘଟିଛି ଏହି ଘଟଣା। ମୃତ ଦମ୍ପତିଙ୍କ ଘର ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାରେ। ମୃତକ ଦ୍ୱୟ ହେଉଛନ୍ତି ଶ୍ରୀନିବାସ ଓ ଦେବୀ।
ସେମାନଙ୍କ ପରିବାରର ମୋଟ ୬ ଜଣ ଯାଜପୁର ଆସିଥିଲେ ମା’ ବିରଜାଙ୍କ ଦର୍ଶନ ପାଇଁ। ମା’ ବିରଜାଙ୍କ ଦର୍ଶନ ସହିତ ବୈତରଣୀ ନଦୀରେ ବୁଡ଼ ପକାଇବାକୁ ସେମାନେ ଆସିଥିଲେ।
ପ୍ରଥମେ ଶ୍ରୀନିବାସ ଓ ଦେବୀଙ୍କ ଝିଅ ନଦୀ ଭିତରକୁ ଯାଇଥିଲେ। ତେବେ ସେ ବୁଡ଼ି ଯାଉଥିବା ଦେଖି ଶ୍ରୀନିବାସ ବଞ୍ଚାଇବାକୁ ଯାଇଥିଲେ। ଝିଅ ପାଣିରୁ ସୁରକ୍ଷିତ ବାହାରି ଆସିଥିବା ବେଳେ ଶ୍ରୀନିବାସ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ତାଙ୍କ ସ୍ତ୍ରୀ ଦେବୀ ନଦୀକୁ ପଶିଥିଲେ ତାଙ୍କୁ ବଞ୍ଚାଇବାକୁ। କିନ୍ତୁ ସେ ବି ବୁଡ଼ି ଯାଇଥିଲେ।
ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଯାଞ୍ଚ ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।