नौकरी
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୪ ବର୍ଷ ପରେ ମାଗଣାରେ ଘରକୁ ନେଇପାରିବେ ଅଫିସ୍ ଲାପଟପ୍
ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର। ଏଣିକି ଅଫିସ୍ କାମ ପାଇଁ ମିଳିଥିବା ଲାପଟପ୍, ଟାବଲେଟ୍ ଓ ଅନ୍ୟ ଡିଜିଟାଲ୍ ଡିଭାଇସ୍କୁ ୪ ବର୍ଷ ବ୍ୟବହାର କରିବା ପରେ ନିଜ ପାଖରେ ରଖିପାରିବେ କର୍ମଚାରୀ। ଏଥିପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଡିଭାଇସ୍ କିଣିବା ଓ ବ୍ୟବହାର ସମ୍ପର୍କିତ ନିୟମରେ ପରିବର୍ତ୍ତନ କରିଛି।
୧.୮ ଲକ୍ଷ ଟଙ୍କାର ଲାପଟପ୍ କିଣିପାରିବେ ବିଭାଗ
ନୂଆ ନିୟମ ଅନୁସାରେ, ସରକାରୀ ବିଭାଗଗୁଡ଼ିକ ଏଣିକି ୧.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଲାପଟପ୍ ଓ ଅନ୍ୟ ଡିଭାଇସ୍ କିଣିପାରିବେ। ଏହା ସହିତ ଟ୍ୟାକ୍ସ ଅଲଗା ଲାଗିବ। ତେବେ ଏଥିପାଇଁ ଡିଭାଇସ୍ରେ ୪୦ ପ୍ରତିଶତରୁ ଅଧିକ ମେକ୍ ଇନ୍ ଇଣ୍ଡିଆ (Make in India) ସାମଗ୍ରୀ ରହିବା ଜରୁରୀ। ଅନ୍ୟ ଡିଭାଇସ୍ ପାଇଁ ସର୍ବାଧିକ କ୍ରୟ ସୀମା ୧.୫ ଲକ୍ଷ ଟଙ୍କା ରଖାଯାଇଛି। ଏହି ଦୁଇଟି ସୀମାରେ ଷ୍ଟାଣ୍ଡାର୍ଡ ସଫ୍ଟୱେର୍ର ମୂଲ୍ୟ ମଧ୍ୟ ସାମିଲ ରହିବ।
କେଉଁ କର୍ମଚାରୀ ପାଇବେ ଲାପଟପ୍?
ସବୁ ସରକାରୀ କର୍ମଚାରୀଙ୍କୁ ଏହି ସୁବିଧା ମିଳିବ ନାହିଁ। ନୂଆ ନିୟମ ଅନୁସାରେ:
ପେ-ଲେଭଲ୍ ୧୨ ଓ ତାଠାରୁ ଅଧିକ ସ୍ତରର ସମସ୍ତ ଅନୁମୋଦିତ ପଦବୀର ଅଧିକାରୀ ଏହି ସୁବିଧା ପାଇବେ।
ପେ-ଲେଭଲ୍ ୮ରୁ ୧୧ ପର୍ଯ୍ୟନ୍ତ କର୍ମଚାରୀଙ୍କ ଅନୁମୋଦିତ ପଦବୀର ୫୦ ପ୍ରତିଶତଙ୍କୁ ପ୍ରଥମେ ଏହି ସୁବିଧା ମିଳିବ।
ଆବଶ୍ୟକ ପଡ଼ିଲେ ବିଭାଗୀୟ ସଚିବ ଓ ଆର୍ଥିକ ପରାମର୍ଶଦାତାଙ୍କ ଅନୁମତିରେ ଏହି ସୀମା ୭୫ ପ୍ରତିଶତକୁ ବଢ଼ାଯାଇପାରିବ।
୪ ବର୍ଷ ପରେ ମାଗଣାରେ ନିଜର ହେବ ଲାପଟପ୍
ସବୁଠାରୁ ବଡ଼ କଥା ହେଉଛି, ଜଣେ ଅଧିକାରୀ ୪ ବର୍ଷ ଧରି ସରକାରୀ ଲାପଟପ୍ ବ୍ୟବହାର କରିବା ପରେ ଏହାକୁ ନିଜ ପାଖରେ ରଖିପାରିବେ। କିନ୍ତୁ ଏହା ପୂର୍ବରୁ ଲାପଟପ୍ରେ ଥିବା ସମସ୍ତ ସରକାରୀ ତଥ୍ୟ ଓ ଅଫିସ୍ ଡାଟା ଡିଲିଟ୍ କରାଯିବ।
ଯଦି କୌଣସି ଅଧିକାରୀ ୪ ବର୍ଷ ପୂର୍ବରୁ ଅବସର ନିଅନ୍ତି କିମ୍ବା ଚାକିରି ଛାଡ଼ନ୍ତି, ତେବେ ଡିଭାଇସ୍ର ଅବଶିଷ୍ଟ ମୂଲ୍ୟ ଦେଇ ଏହାକୁ ନିଜ ପାଖରେ ରଖିପାରିବେ। ଏଥିପାଇଁ ପ୍ରତିବର୍ଷ ୨୫ ପ୍ରତିଶତ ହିସାବରେ ମୂଲ୍ୟ ହ୍ରାସ (Depreciation) କରାଯିବ।
୪ ବର୍ଷ ପୂର୍ବରୁ ନୂଆ ଲାପଟପ୍ ମିଳିବନି
ନୂଆ ନିୟମ ଅନୁସାରେ, ଜଣେ କର୍ମଚାରୀଙ୍କୁ ୪ ବର୍ଷ ମଧ୍ୟରେ ଦ୍ୱିତୀୟ ଡିଭାଇସ୍ ଦିଆଯିବ ନାହିଁ। କେବଳ ପୁରୁଣା ଡିଭାଇସ୍ ମରାମତି କରିବା ଅର୍ଥନୈତିକ ଦୃଷ୍ଟିରୁ ସମ୍ଭବ ନହେଲେ ନୂଆ ଡିଭାଇସ୍ ମିଳିପାରିବ।
ଏହି ନୂଆ ନିୟମ ନଭେମ୍ବର ୧୦ରେ ଜାରି ହୋଇଛି। ଏହା ଜୁଲାଇ ୨୦୨୩ର ପୁରୁଣା ନିୟମକୁ ବଦଳାଇଛି। କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ, ବିଭାଗ ଓ ସେମାନଙ୍କ ଅଧୀନସ୍ଥ କାର୍ଯ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ। ରାଜ୍ୟ ସରକାର, ପିଏସ୍ୟୁ, ସ୍ୱୟଂଶାସିତ ସଂସ୍ଥା ଓ କନ୍ସଲଟାଣ୍ଟମାନେ ଏହି ନିୟମ ଅଧୀନରେ ଆସିବେ ନାହିଁ।