🔥 TRENDING ନଭେମ୍ବର ୧୬ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି... Power Outage Hits Bhopal on Nov 13: Ov... Ravi Shankar Prasad Extends Chhath Gre... Bihar Police Officer Wanted for Murder... Gwalior Faces Up to 5-Hour Power Outag... News18 Marathi launches 'Sakalchya Bat...
13 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍, ଅଚାନକ ପହଞ୍ଚିଗଲା ବନ ବିଭାଗ; ୪ ଅଭିଯୁକ୍ତ ଗିରଫ

✍️ Reporter: Deepak Mahapatra 🗓 13 Nov 2026, 02:15 PM 👁 14
Share: 💬 WhatsApp 📘 Facebook 𝕏 Post
ରାୟଗଡ଼ା: କଲରାପତରିଆ ବାଘ ଛାଲ ଡିଲ୍ ବେଳେ ବନ ବିଭାଗର ଚଢ଼ାଉ। ଘଟଣାସ୍ଥଳରୁ ୪ ଅଭିଯୁକ୍ତଙ୍କୁ ଧରିଛନ୍ତି ଜଙ୍ଗଲ ବିଭାଗର କର୍ମଚାରୀ। ରାୟଗଡ଼ା ଜିଲ୍ଲା ଗୁଡାରି ରେଞ୍ଜର ନାଇରା ସେକ୍ସନ ଅନ୍ତର୍ଗତ କଣ୍ଣପାଡୁ ନିକଟରେ ଏହି ଚଢ଼ାଉ ହୋଇଛି। ଏହି ଘଟଣା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, କଣ୍ଣପାଡୁ ନିକଟରେ କଲରାପତରିଆ ବାଘ ଛାଲ ଡିଲ୍ ଚାଲିଥିବା ନେଇ ଖବର ପାଇଥିଲା ବନ ବିଭାଗ। ଏହାପରେ ରାୟଗଡ଼ା ଡିଏଫ୍‌ଓ ସଚିନ ଆନ୍ନା ସାହେବ ଓହଲଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଚଢ଼ାଉ କରିଥିଲା। ଦୁଇ ଏସିଏଫ୍ ସଚ୍ଚିଦାନନ୍ଦ ସେଠୀ, ସତୀଶ କୁମାର ଧାରୁଆ ଏବଂ ଗୁଣପୁର ରେଞ୍ଜର ପ୍ରଦୀପ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଏହି ସମୟରେ ୪ ଜଣଙ୍କୁ କାବୁ କରିଥିଲେ ବନ କର୍ମଚାରୀ।
ଜାରି ରହିଛି ତଦନ୍ତ
ବର୍ତ୍ତମାନ ଗୁଣପୁର ରେଞ୍ଜ କାର୍ଯ୍ୟାଳୟରେ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ତଦନ୍ତ ଜାରି ରହିଛି। ତଦନ୍ତ ପ୍ରକ୍ରିୟା ଚାଲିଥିବାରୁ ଘଟଣା ସମ୍ପର୍କରେ ବନ ବିଭାଗ ପକ୍ଷରୁ ଏଯାଏଁ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇନାହିଁ।ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ବାଘ ଛାଲ ଚାଲାଣ ବେଳେ ଅଭିଯୁକ୍ତ ଧରାପଡ଼ିଥିଲେ। ତେବେ ଏହି ଘଟଣା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ବାଘ ଛାଲ କେଉଁଠାରୁ ଆସିଥିଲା, ସେନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।
📲Get App