🔥 ट्रेंडिंग Udhna railway station રેલવે સ્ટેશનમાં... ଆଗାମୀ ୬ ମାସ ପାଇଁ ବନ୍ଦ ହେଲା ବାବା କେଦାରନ... પાલનપુરની સ્થાનિક ક્રાઈમ બ્રાંચે મેફેડ... କୁଲଗାମରେ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମ... ವಸಂತನರಸಾಪುರದಲ್ಲಿ ಆದರ್ಶ ಕಂಪನಿಯ ನೂತನ ಘಟಕ... ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ,...
12 नव. 2026•
ગુજરાતી मराठी ਪੰਜਾਬੀ বাংলা
देश

ସ୍ୱଚ୍ଛତା ରାଙ୍କିଂରେ ନୂଆ ରେକର୍ଡ: ଦେଶର ଏକ ନମ୍ବର ସ୍ୱଚ୍ଛ ସହର ନଭି ମୁମ୍ବାଇ, ଉପକୂଳ ସହର ବର୍ଗରେ ଚମକିଲା ପୁରୀ

✍️ रिपोर्टर: Deepak Mahapatra 🗓 12 नव. 2026, 01:11 PM 👁 12
शेयर करें: 💬 WhatsApp 📘 Facebook 𝕏 Post
ଦେଶର ସ୍ୱଚ୍ଛ ସହର ତାଲିକାରେ ଏଥର ବଡ଼ ଧରଣର ପରିବର୍ତ୍ତନ ଆସିଛି। ଦୀର୍ଘ ୮ ବର୍ଷ ଧରି ସ୍ୱଚ୍ଛତା ରାଙ୍କିଂରେ ଶୀର୍ଷ ସ୍ଥାନ ଦଖଲ କରିଆସୁଥିବା ମଧ୍ୟପ୍ରଦେଶର ଇନ୍ଦୋର ଏଥର ପଛରେ ପଡ଼ିଥିବା ବେଳେ ମହାରାଷ୍ଟ୍ରର ନଭି ମୁମ୍ବାଇ ଦେଶର ସବୁଠୁ ସ୍ୱଚ୍ଛ ସହର ମାନ୍ୟତା ହାସଲ କରିଛି। ଅନ୍ୟପଟେ ଓଡ଼ିଶା ପାଇଁ ଗର୍ବର ବିଷୟ ହେଉଛି, ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି।

କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ସର୍ଭେକ୍ଷଣରେ ନଭି ମୁମ୍ବାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ଗୁଜରାଟର ସୁରଟ ଦ୍ୱିତୀୟ ଏବଂ ଆନ୍ଧ୍ରପ୍ରଦେଶର ବିଜୟୱାଡା ତୃତୀୟ ସ୍ଥାନ ହାସଲ କରିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ଭେକ୍ଷଣରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସହରଗୁଡ଼ିକୁ ସମ୍ମାନିତ କରିଛନ୍ତି।
📲Get App