🔥 TRENDING Bihar BJP MLA Maithili Thakur Denies L... Severe Smog Blankets Delhi as AQI Near... Rohini Acharya arrives in Patna for Ch... बड़ी खबर सिकराय क्षेत्र से ग्राम पंचा... जौनपुर के मधुपुर में सरदार वल्लभभाई पट... ਜਲੰਧਰ-ਪਠਾਨਕੋਟ ਬਾਈਪਾਸ GT ਰੋਡ ਦੀ ਸਮੱਸਿਆ...
12 Nov 2026•
ગુજરાતી मराठी ਪੰਜਾਬੀ বাংলা

ଜାତୀୟ ପ୍ରେସ୍ ଦିବସ ଅବସରରେ ତର୍କ ପ୍ରତିଯୋଗିତା, ସାମ୍ବାଦିକତାର କର୍ତ୍ତବ୍ୟବୋଧ ଓ ଆତ୍ମନିୟନ୍ତ୍ରଣ ଉପରେ ଛାତ୍ରଛାତ୍ରୀଙ୍କ ମତାମତ

✍️ Reporter: Sukumar Mandal 🗓 12 Nov 2026, 10:33 PM 👁 9
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୨ ନଭେମ୍ବର : ଜାତୀୟ ପ୍ରେସ୍ ଦିବସ-୨୦୨୬ ପାଳନ ଅବସରରେ ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ମାଲକାନଗିରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍‌ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଆଇ.ଏମ୍.ଏସ୍.ଟି. ସ୍କୁଲ ପରିସରରେ ହାଇସ୍କୁଲ ଓ କଲେଜ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ନେଇ ଏକ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।

ପ୍ରତିଯୋଗିତାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଛାତ୍ରଛାତ୍ରୀମାନେ ନିଜ ନିଜର ଯୁକ୍ତି ଓ ମତାମତ ଉପସ୍ଥାପନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ 'ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ' ଏବଂ ମାଲକାନଗିରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍ ପକ୍ଷରୁ 'ସରକାରୀ ନିୟନ୍ତ୍ରଣ ଅପେକ୍ଷା ଗଣମାଧ୍ୟମର ଆତ୍ମନିୟନ୍ତ୍ରଣ ଅଧିକ ପ୍ରଭାବଶାଳୀ' ବିଷୟ ରଖାଯାଇଥିଲା।

ଏହି ପ୍ରତିଯୋଗିତାରେ ବିଚାରକ ଭାବେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ୱାଇଁ, ରାଜସ୍ୱ ବିଭାଗର କର୍ମଚାରୀ ସରୋଜ ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଶିକ୍ଷକ ଶିବୁ କୀର୍ତ୍ତନୀୟା ଯୋଗଦେଇ ପ୍ରତିଯୋଗୀମାନଙ୍କର ଯୁକ୍ତି ଓ ଉପସ୍ଥାପନାର ମୂଲ୍ୟାଙ୍କନ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରୋଜେକ୍ସନିଷ୍ଟ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

ଏହି ଅବସରରେ ମାଲକାନଗିରି ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟସ୍‌ର ସଭାପତି ଦେବ ପ୍ରସାଦ ଦାଶ ଏବଂ ସଦସ୍ୟ କୃଷ୍ଣପଦ ରାୟ ଉପସ୍ଥିତ ରହି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଆସନ୍ତା ନଭେମ୍ବର ୧୬ ତାରିଖରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମାରୋହରେ ଏହି ପ୍ରତିଯୋଗିତାର ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।
📲Get App