🔥 TRENDING Udhna railway station રેલવે સ્ટેશનમાં... ଆଗାମୀ ୬ ମାସ ପାଇଁ ବନ୍ଦ ହେଲା ବାବା କେଦାରନ... પાલનપુરની સ્થાનિક ક્રાઈમ બ્રાંચે મેફેડ... କୁଲଗାମରେ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମ... ವಸಂತನರಸಾಪುರದಲ್ಲಿ ಆದರ್ಶ ಕಂಪನಿಯ ನೂತನ ಘಟಕ... ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ,...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
Entertainment

ଡିସେମ୍ବର ୧୫ରୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ, ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ଆୟୋଜନ

✍️ Reporter: Deepak Mahapatra 🗓 12 Nov 2026, 01:12 PM 👁 10
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶାର ସାଂସ୍କୃତିକ ଓ ଚଳଚ୍ଚିତ୍ର ଜଗତ ପାଇଁ ଆସିଛି ଏକ ଖୁସି ଖବର। ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ଡିସେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ (BIFF) ୨୦୨୬। ଏନେଇ ମହୋତ୍ସବ ଆୟୋଜକ କମିଟି ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି।
ଏହି ଚଳଚ୍ଚିତ୍ର ମହୋତ୍ସବ ମାଧ୍ୟମରେ ଓଡ଼ିଶାକୁ ଅନ୍ତର୍ଜାତୀୟ ସିନେମା ଜଗତ ସହ ଯୋଡ଼ିବା ସହ ବିଭିନ୍ନ ଦେଶର ଚଳଚ୍ଚିତ୍ର ନିର୍ମାତା, କଳାକାର ଓ ସିନେପ୍ରେମୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ଲକ୍ଷ୍ୟ ରଖାଯାଇଛି। ଚଳଚ୍ଚିତ୍ର କଳାର ପ୍ରୋତ୍ସାହନ, ସୃଜନଶୀଳତାର ବିକାଶ ଏବଂ ବିଭିନ୍ନ ସଂସ୍କୃତି ମଧ୍ୟରେ ଭାବ ବିନିମୟ ପାଇଁ ଏହା ଏକ ନୂଆ ସୁଯୋଗ ସୃଷ୍ଟି କରିବ।
ଚଳଚ୍ଚିତ୍ର ନିର୍ମାତା ମାନସ ସାହୁଙ୍କ ପରିକଳ୍ପନା
ଚଳଚ୍ଚିତ୍ର ନିର୍ମାତା ମାନସ ସାହୁଙ୍କ ପ୍ରୟାସରେ ଆରମ୍ଭ ହୋଇଛି ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ। ଆୟୋଜକଙ୍କ ଅନୁସାରେ, ଏହା ଓଡ଼ିଶାର ପ୍ରଥମ ପେସାଦାର ଢାଞ୍ଚାରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ଚଳଚ୍ଚିତ୍ର ମହୋତ୍ସବ ହେବ।
ଅନ୍ତର୍ଜାତୀୟ ସ୍ତରର ମାନଦଣ୍ଡ ଓ ଦୃଷ୍ଟିକୋଣକୁ ଆଧାର କରି ଏହି ମହୋତ୍ସବର ରୂପରେଖ ପ୍ରସ୍ତୁତ କରାଯାଇଛି। ଚଳଚ୍ଚିତ୍ରର ଗୁଣବତ୍ତା, କାହାଣୀ ଉପସ୍ଥାପନା ଓ ନିର୍ମାଣ କୌଶଳକୁ ଉଚିତ ମୂଲ୍ୟାୟନ କରିବା ସହ ଉତ୍କୃଷ୍ଟ ସିନେମାକୁ ସମ୍ମାନିତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ।
ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ହେବ ଆୟୋଜନ
ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଏହି ତିନିଦିନିଆ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ ଚଳଚ୍ଚିତ୍ରର ପ୍ରଦର୍ଶନ ସହ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସିନେମା ଜଗତର ବିଭିନ୍ନ ପ୍ରତିଭାଙ୍କୁ ଏକ ମଞ୍ଚ ମିଳିବାର ଆଶା ରହିଛି।
ଏହି ଆୟୋଜନ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ମିଳିବା ସହ ଓଡ଼ିଶାରେ ଚଳଚ୍ଚିତ୍ର ପର୍ଯ୍ୟଟନ ଓ ସିନେମା ସଂସ୍କୃତିର ବିକାଶକୁ ମଧ୍ୟ ନୂଆ ଦିଗ ମିଳିପାରିବ। ତେଣୁ ଡିସେମ୍ବରରେ ହେବାକୁ ଥିବା ଏହି ମହୋତ୍ସବକୁ ନେଇ ଚଳଚ୍ଚିତ୍ରପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ଆଶା କରାଯାଉଛି।
📲Get App