अपराध
ପୁଣି ଚର୍ଚ୍ଚାରେ ଡାକ୍ତର ମୋତିଲାଲ ଗୌଡ଼: ବିଭାଗୀୟ ତଦନ୍ତ ପାଇଁ ୪ ଜଣଙ୍କୁ ସମନ ଜାରି କଲେ ଶ୍ରମ କମିଶନର
ଦୀର୍ଘ ପ୍ରାୟ ୧୦ବର୍ଷ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବିବାଦୀୟ ଡାକ୍ତର ମୋତିଲାଲ ଗୌଡ଼। ତାଙ୍କ ବିରୋଧରେ ଚାଲିଥିବା ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି। ରାଜ୍ୟ ସରକାରଙ୍କ ଶ୍ରମ କମିଶନର ତଥା ତଦନ୍ତକାରୀ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଏହି ମାମଲାରେ ସାକ୍ଷ୍ୟ ପ୍ରଦାନ ନିମନ୍ତେ ୩ଜଣ ଅବସରପ୍ରାପ୍ତ କର୍ମଚାରୀ ଓ ଜଣେ ସେବାରତ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସମନ ଜାରି କରିଛନ୍ତି।
ସୂଚନା ଅନୁସାରେ, ରାଜ୍ୟ କାରଖାନା ନିର୍ଦ୍ଦେଶାଳୟର ପୂର୍ବତନ ସହକାରୀ ନିର୍ଦ୍ଦେଶକ(ମେଡିକାଲ) ଡାକ୍ତର ଗୌଡ଼ଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ତତନ୍ତ ରାଜ୍ୟ ଶ୍ରମ କମିଶନର ଇନ୍ଦ୍ରମଣି ତ୍ରିପାଠୀ କରୁଛନ୍ତି। ସେ ଏହି ମାମଲାରେ ଆଜି ଅବସରପ୍ରାପ୍ତ ଏଷ୍ଟାବ୍ଲିସମେଣ୍ଟ ଅଫିସର ଚନ୍ଦ୍ରକଳା ହାଁସଦା, ଅବସରପ୍ରାପ୍ତ ପିଅନ ନିରୂପମା ସାହୁ, ଅବସରପ୍ରାପ୍ତ ଲାବୋରେଟୋରୀ ଆଟେଣ୍ଡାଣ୍ଟ ସୁଦର୍ଶନ ନାୟକ ଓ ବର୍ତ୍ତମାନର ପିଅନ-କମ୍-ଚୌକିଦାର ସତ୍ୟନାରାୟଣ ବାଘଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ୨୬ ତାରିଖ ଅପରାହ୍ନ ୩ଟାରେ ଭୁବନେଶ୍ୱରସ୍ଥିତ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ହାଜର ହୋଇ ଏହି ସାକ୍ଷୀମାନେ ନିଜର ବୟାନ ରେକର୍ଡ କରିବେ ବୋଲି ଜଣାପଡ଼ିଛି। ଏହି ସମସ୍ତ ସାକ୍ଷୀଙ୍କୁ ଆବଶ୍ୟକୀୟ ଦସ୍ତାବିଜ ସହିତ ତଦନ୍ତରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଡାକ୍ତର ଗୌଡ଼ଙ୍କୁ ଚାକିରିରୁ ନିଲମ୍ବିତ କରିବା ସହ ତାଙ୍କ ବିରୁଦ୍ଧରେ ରାଜ୍ୟ ସରକାର ୨୦୧୬ ଜୁଲାଇ ୧୧ତାରିଖରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ବହୁଚର୍ଚ୍ଚିତ ତଥା ଦୀର୍ଘଦିନର ମାମଲାକୁ ତ୍ୱରାନ୍ୱିତ କରି ଶୀଘ୍ର ଫଇସଲା କରିବା ଉଦ୍ଦେଶ୍ୟରେ କାରଖାନା ଓ ବଏଲର୍ସ ନିର୍ଦ୍ଦେଶାଳୟର ୪ଜଣ କର୍ମଚାରୀଙ୍କୁ ନୋଟିସ୍ କରାଯାଇଛି।
କୌଣସି ଉପଯୁକ୍ତ କାରଣ ବିନା ଏହି ନୋଟିସକୁ ଅବମାନନା କଲେ ଓଡ଼ିଶା ଡିସିପ୍ଲିନାରୀ ପ୍ରୋସିଡିଂସ ଆକ୍ଟ-୧୯୫୪ ଓ ପବ୍ଲିକ ସର୍ଭାଣ୍ଟସ ଆକ୍ଟ-୧୯୫୦ର ଆଇନଗତ ଧାରା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। କାରଖାନା ଓ ବଏଲର୍ସ ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି ଲେଖି ଏହି ସମସ୍ତ ସାକ୍ଷୀ ଯେପରି ନିର୍ଦ୍ଦିଷ୍ଟ ଦିନ ଉପସ୍ଥିତ ରହିବେ, ତାହା ନିଶ୍ଚିତ କରିବାକୁ ଶ୍ରମ କମିଶନର ଶ୍ରୀ ତ୍ରିପାଠୀ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ କାରଖାନା ଓ ବଏଲର୍ସ ନିର୍ଦ୍ଦେଶାଳୟର ତତ୍କାଳୀନ ସହକାରୀ ନିର୍ଦ୍ଦେଶକ (ମେଡିକାଲ) ଡାକ୍ତର ମୋତିଲାଲ ଗୌଡ଼ ଏକ ଜାଲ୍ ଗେଜେଟ୍ ବିଜ୍ଞପ୍ତି ପ୍ରସ୍ତୁତ କରି ବିଭିନ୍ନ କଳକାରଖାନା ଓ ନାଲକୋ ଭଳି ନବରତ୍ନ କମ୍ପାନୀର ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ କୋଟି କୋଟି ଟଙ୍କାର ଚୁକ୍ତି ହାତେଇଥିଲେ। ଏହି ମେଗା ମେଡିକାଲ ଚେକଅପ୍ ଦୁର୍ନୀତି ସାମ୍ନାକୁ ଆସିବା ପରେ ରାଜ୍ୟ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ୨୦୧୬ ଜୁନ ମାସରେ ଗିରଫ କରିଥିଲା ଓ ଭିଜିଲାନ୍ସ ପକ୍ଷରୁ ମଧ୍ୟ ବ୍ୟାପକ ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ରାଜ୍ୟ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ତତକାଳୀନ ପ୍ରମୁଖ ସଚିବ ୨୦୧୬ ମସିହା ଜୁଲାଇ ୧୧ ତାରିଖରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ବର୍ଷ ବର୍ଷ ଧରି ଝୁଲି ରହିଥିବା ଏହି ବିଭାଗୀୟ ପ୍ରୋସିଡିଂକୁ ଏବେ ସମୟବଦ୍ଧ ଭାବେ ଶେଷ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଡାକ୍ତର ଗୌଡ଼ଙ୍କ ଗିରଫ ସମୟରେ ତାଙ୍କର ରାଜନୀତିକ ସମ୍ପୃକ୍ତିକୁ ନେଇ ସେତେବେଳେ ବେଶ୍ ହଟଚମଟ ସୃଷ୍ଟି ହୋଇଥିଲା।