🔥 ट्रेंडिंग पूर्णियां जिला के मधुबनी थाना क्षेत्र... ସୋନିଆ ଗାନ୍ଧୀଙ୍କ ବହିକୁ ନେଇ ବଢ଼ିଲା ବିବାଦ... धुमरी पब्लिक स्कूल के उत्कर्ष शाक्य ने... हरियाणा ने रात के बीच में 14 IAS और HC... दिल्ली का AQI रात से 400 से ऊपर, स्वास... टाटा पावर ने चार और राज्यों के साथ मुं...
12 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଜେଲ୍‌ରୁ ମୁକୁଳିବା ହେବ ସହଜ; ବୟସ୍କ ଓ ଗୁରୁତର ଅସୁସ୍ଥ କଏଦୀଙ୍କ ପାଇଁ ନୂଆ ନିୟମ ଆଣିବେ ଓଡ଼ିଶା ସରକାର, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କମିଟି ଗଠନ

✍️ रिपोर्टर: Deepak Mahapatra 🗓 12 नव. 2026, 01:04 PM 👁 11
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା ବୟସ୍କ ଓ ଗୁରୁତର ରୋଗାକ୍ରାନ୍ତ କଏଦୀଙ୍କ ପାଇଁ ଆସିପାରେ ବଡ଼ ଆଶ୍ୱସ୍ତି। ଆଗୁଆ ମୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ମାନବୀୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶା ସରକାର। ଏଥିପାଇଁ ୨୦୨୨ ମସିହାର ପ୍ରଚଳିତ ମାର୍ଗଦର୍ଶିକାର ସମୀକ୍ଷା କରିବାକୁ ଗଠନ ହୋଇଛି ୮ ଜଣିଆ ରାଜ୍ୟସ୍ତରୀୟ କମିଟି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
୨୦୨୨ର ନିୟମ ବଦଳିବ, ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ ହେବ
ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗଠିତ ଏହି କମିଟି ବର୍ତ୍ତମାନର ଆଗୁଆ ମୁକ୍ତି ନୀତିରେ ଥିବା ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିବ। କେଉଁ କ୍ଷେତ୍ରରେ ସଂଶୋଧନ ଆବଶ୍ୟକ, ତାହା ଚିହ୍ନଟ କରି ନୂଆ ନୀତି ପ୍ରସ୍ତୁତ କରିବାକୁ ସୁପାରିସ ଦେବ। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କମିଟି ନିଜର ରିପୋର୍ଟ ଦାଖଲ କରିବାକୁ ଯୋଜନା ରହିଛି।
କମିଟିରେ କେଉଁମାନେ ରହିବେ?
ଏହି କମିଟିର ଅଧ୍ୟକ୍ଷତା କରିବେ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ କିମ୍ବା ତାଙ୍କ ଦ୍ୱାରା ମନୋନୀତ ପ୍ରତିନିଧି। ଏଥିରେ ଆଇନ, ସ୍ୱାସ୍ଥ୍ୟ, ସାମାଜିକ ସଶକ୍ତିକରଣ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗର ଅଧିକାରୀଙ୍କ ସହ ରାଜ୍ୟ ଆଇନ ସେବା ପ୍ରାଧିକରଣର ସଦସ୍ୟ ସଚିବ ମଧ୍ୟ ସାମିଲ ହେବେ।
୭୦ ବର୍ଷରୁ ଅଧିକ ବୟସ୍କ କଏଦୀଙ୍କ ଉପରେ ଗୁରୁତ୍ୱ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ୭୦ ବର୍ଷରୁ ଅଧିକ ବୟସ୍କ ଓ ଗୁରୁତର ଅସୁସ୍ଥ କଏଦୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ଡିଭିଜନ ଓ ରାଜ୍ୟସ୍ତରରେ ସ୍ୱାଧୀନ ମେଡିକାଲ ବୋର୍ଡ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି।
ଜାତୀୟ ଆଇନ ସେବା ପ୍ରାଧିକରଣ (NALSA)ର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଜୁଲାଇ ୨୦୨୬ରେ ସୁପ୍ରିମକୋର୍ଟ କହିଥିଲେ ଯେ ଅତି ବୟସ୍କ ଓ ଜୀବନର ଶେଷ ପର୍ଯ୍ୟାୟରେ ଥିବା ଗୁରୁତର ରୋଗୀ କଏଦୀଙ୍କ ମାମଲାରେ ମାନବୀୟ ଓ ସ୍ୱଚ୍ଛ ଆଗୁଆ ମୁକ୍ତି ବ୍ୟବସ୍ଥା ରହିବା ଆବଶ୍ୟକ। ଏହା ସମ୍ବିଧାନର ଧାରା ୨୧ ଅଧୀନରେ ଥିବା ସମ୍ମାନର ସହ ବଞ୍ଚିବାର ଅଧିକାର ସହ ଜଡ଼ିତ।
ଇ-ପ୍ରିଜନ୍ ପୋର୍ଟାଲରେ ଟ୍ରାକ୍ ହେବ ଆବେଦନ
କଏଦୀଙ୍କ ଆଗୁଆ ମୁକ୍ତି ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ତ୍ୱରିତ କରିବା ପାଇଁ ନ୍ୟାସନାଲ ଇ-ପ୍ରିଜନ୍ ପୋର୍ଟାଲ ମାଧ୍ୟମରେ ଆବଶ୍ୟକ ତଥ୍ୟ ଟ୍ରାକ୍ କରିବା ଉପରେ ମଧ୍ୟ ଜୋର୍ ଦିଆଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନୂଆ ନୀତି ପ୍ରସ୍ତୁତ କରି ୬ ମାସ ମଧ୍ୟରେ ସୁପ୍ରିମକୋର୍ଟରେ ଅନୁପାଳନ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି।
ସମସ୍ତ କଏଦୀଙ୍କୁ ମିଳିବନି ତୁରନ୍ତ ମୁକ୍ତି
ସୂଚନା ଅନୁସାରେ, ଓଡ଼ିଶାର ୮୭ଟି ଜେଲ୍‌ରେ ପ୍ରାୟ ୨୫ ହଜାର ଅନ୍ତେବାସୀ ରହିଛନ୍ତି। ତେବେ ନୂଆ ବ୍ୟବସ୍ଥା ଲାଗୁ ହେଲେ ମଧ୍ୟ ସମସ୍ତ ବୟସ୍କ କିମ୍ବା ଅସୁସ୍ଥ କଏଦୀଙ୍କୁ ସ୍ୱତଃ ମୁକ୍ତି ମିଳିବ ନାହିଁ। ପ୍ରତ୍ୟେକଙ୍କ ବୟସ, ସ୍ୱାସ୍ଥ୍ୟାବସ୍ଥା, ଆଇନଗତ ଯୋଗ୍ୟତା ଓ ମାମଲାର ପରିସ୍ଥିତିକୁ ବିଚାର କରି ନିଷ୍ପତ୍ତି ନିଆଯିବ। ଏହି ପଦକ୍ଷେପ ଦ୍ୱାରା ଯୋଗ୍ୟ ବୟସ୍କ ଓ ଗୁରୁତର ଅସୁସ୍ଥ କଏଦୀଙ୍କୁ ନ୍ୟାୟସଙ୍ଗତ ଓ ମାନବୀୟ ଭାବେ ଆଗୁଆ ମୁକ୍ତିର ସୁଯୋଗ ମିଳିବ ବୋଲି ଆଶା କରାଯାଉଛି।
📲Get App