जीवनशैली
ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ତୃତୀୟ ବିବାହରେ ପୂର୍ଣ୍ଣଚ୍ଛେଦ, ୧୩ ବର୍ଷ ପରେ ଅଲଗା ହେଲେ
ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପବନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଅନ୍ନା କୋନିଡେଲାଙ୍କ ବିବାହ ବିଚ୍ଛେଦ ଘଟିଛି। ବିବାହର ୧୩ ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଥିବା ଘୋଷଣା କରିଛନ୍ତି। ଏନେଇ ଗତକାଲି ରାତିରେ ପବନ କଲ୍ୟାଣଙ୍କ ଇନଷ୍ଟାଗ୍ରାମ ପେଜରେ ଉଭୟ ଏକ ମିଳିତ ବିବୃତ୍ତି ପୋଷ୍ଟ କରିଛନ୍ତି। ଏଥିରେ ସେମାନେ ଲେଖିଛନ୍ତି ଯେ ଆପୋଷ ବୁଝାମଣା ଓ ପରସ୍ପରର ମତକୁ ସମ୍ମାନ ଜଣାଇ ମିଳିତ ଭାବେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ଏହି ନିଷ୍ପତ୍ତିକୁ ସମ୍ମାନ ଦେବାକୁ ସେମାନେ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି।
ବିବାହ ବିଚ୍ଛେଦ ହୋଇଥିଲେ ହେଁ ସେମାନେ ଭଲ ବନ୍ଧୁ ହୋଇ ରହିବେ ବୋଲି କହିଛନ୍ତି। ମିଳିତ ବିବୃତ୍ତିରେ ସେମାନେ ଉଲ୍ଲେଖ କରିଛନ୍ତି, ଯଦିଓ ଆମର ବିବାହର ଅନ୍ତ ଘଟିଛି, ତଥାପି ଆମେ ଭଲ ବନ୍ଧୁ ଏବଂ ଆମର ସୁନ୍ଦର ସନ୍ତାନମାନଙ୍କ ପ୍ରତି ସମର୍ପିତ ପିତାମାତା ହୋଇ ରହିବୁ। ସେମାନଙ୍କ ଖୁସି ଏବଂ କଲ୍ୟାଣ ସର୍ବଦା ଆମର ପ୍ରାଥମିକତା ହୋଇ ରହିବ।
ଏହି ବିଚ୍ଛେଦ ସହିତ ପବନ କଲ୍ୟାଣଙ୍କ ତୃତୀୟ ବିବାହର ଅନ୍ତ ଘଟିଛି। ପବନ କଲ୍ୟାଣ ୧୯୯୭ ମସିହାରେ ନନ୍ଦିନୀଙ୍କୁ ବିବାହ କରିଥିଲେ। ୧୯୯୯ରେ ସେମାନଙ୍କର ବିଚ୍ଛେଦ ହୋଇଥିଲା । ୨୦୦୯ ମସିହାରେ ସେ ଅଭିନେତ୍ରୀ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। ୨୦୧୨ରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ୨୦୧୩ ମସିହାରେ ପବନ ଋଷିଆର ଅନ୍ନାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି।
ଅଭିନେତା ଚିରଞ୍ଜୀବୀ ଏବଂ ନାଗେନ୍ଦ୍ର ବାବୁଙ୍କ ସାନଭାଇ ପବନ କଲ୍ୟାଣ ୧୯୯୬ ମସିହାରେ ଫିଲ୍ମରେ ଡେବ୍ୟୁ କରିଥିଲେ।
ସେ ୨୦୦୮ ମସିହାରେ ତାଙ୍କ ବଡ଼ ଭାଇ ଚିରଞ୍ଜୀବୀଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜା ରାଜ୍ୟମ୍ ପାର୍ଟି (PRP)ର ଯୁବ ଶାଖା 'ଯୁବରାଜ୍ୟମ୍'ର ସଭାପତି ଭାବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। PRP ସହ ଥିବା ସମୟରେ କଲ୍ୟାଣ ଦଳ ପାଇଁ ସକ୍ରିୟ ପ୍ରଚାର କରିଥିଲେ ବି କୌଣସି ନିର୍ବାଚନ ଲଢ଼ି ନଥିଲେ କିମ୍ବା କୌଣସି ସାମ୍ବିଧାନିକ ପଦବୀରେ ରହି ନଥିଲେ। ପରବର୍ତ୍ତୀ ସମୟରେ, ୨୦୧୧ ମସିହାରେ PRP କଂଗ୍ରେସ ସହ ମିଶ୍ରଣ ହେବା ପରେ କଲ୍ୟାଣ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ରାଜନୀତିରୁ କିଛି ଦିନ ପାଇଁ ବିରତି ନେଇଥିଲେ।
୨୦୧୪ ମାର୍ଚ୍ଚ ମାସରେ, କଲ୍ୟାଣ 'ଜନସେନା ପାର୍ଟି' ପ୍ରତିଷ୍ଠା କରିଥିଲେ ଏବଂ ୨୦୧୪ ନିର୍ବାଚନରେ ସକ୍ରିୟ ଭାବେ ପ୍ରଚାର କରିଥିଲେ।
ଏହି ଦଳ ଆନ୍ଧ୍ର ପ୍ରଦେଶର ୨୦୧୯ ସାଧାରଣ ନିର୍ବାଚନରେ ୧୪୦ଟି ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, ଯେଉଁଥିରୁ କଲ୍ୟାଣ ନିଜେ ଦୁଇଟି ଆସନ— ଗାଜୁୱାକା ଏବଂ ଭୀମାବରମ୍ରୁ ଲଢ଼ିଥିଲେ। ସେ YSR କଂଗ୍ରେସ ପାର୍ଟିର ପ୍ରାର୍ଥୀଙ୍କଠାରୁ ଏହି ଉଭୟ ଆସନରେ ପରାଜିତ ହୋଇଥିଲେ। ତାଙ୍କ ଦଳ କେବଳ ରାଜୋଲେ ଆସନରୁ ବିଜୟୀ ହୋଇପାରିଥିଲା, ଯାହା ଏହି ନିର୍ବାଚନରେ ଦଳର ଏକମାତ୍ର ସଫଳତା ଥିଲା।
୨୦୨୪ ସାଧାରଣ ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ପବନ କଲ୍ୟାଣଙ୍କ ଦଳ TDP ଏବଂ BJP ମେଣ୍ଟ ସହିତ ମିଶିଥିଲା। ଏହି ୩ ଦଳର ମେଣ୍ଟ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ। ଏହି ମେଣ୍ଟ ବିପୁଳ ବହୁମତ ସହ କ୍ଷମତାକୁ ଆସିଥିଲା। ଜନସେନା ପାର୍ଟି ଲଢ଼ିଥିବା ସମସ୍ତ ଆସନରେ ବିଜୟୀ ହୋଇଥିଲା। ୨୦୨୪ ଜୁନ୍ ୧୪ରେ ପବନ କଲ୍ୟାଣ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।