🔥 ट्रेंडिंग ପ୍ରିୟାଙ୍କ ହାତ ଧରିବେ କ୍ରିକେଟର ରିଙ୍କୁ; ଡ... સાબરકાંઠા પોલીસ પરિવાર તરફથી ભાઈબીજની... ವಿಬಿಜಿ ರಾಮ್ ಜಿ ಯೋಜನೆ ಕೈ ಬಿಡಬೇಕು ಉದ್ಯೋಗ... हाइपरस्केल डेटा ने आखिरी बिटकॉइन बेचा,... Jioର ୩ ବର୍ଷିଆ ରିଚାର୍ଜ ପ୍ଲାନ୍, ଥରେ ରିଚା... मट्टन्नूर घर में सेवानिवृत्त शिक्षक और...
11 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଆସୁଛି ଆଉ ଏକ ଲଘୁଚାପ, ଅବପାତର ରୂପ ନେବ ବୋଲି ଆକଳନ କଲା ପାଣିପାଗ ବିଭାଗ

✍️ रिपोर्टर: Deepak Mahapatra 🗓 11 नव. 2026, 01:08 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହାର ପ୍ରଭାବରେ ୧୩ ତାରିଖରେ ଲଘୁଚାପ ସୃଷ୍ଟି ହେବ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୪ ତାରିଖ ବେଳକୁ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ ଏବଂ ୧୫ ତାରିଖରେ ଅବପାତର ରୂପ ନେଇପାରେ ।
ଏହାର ପ୍ରତ୍ୟକ୍ଷ ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆକଳନ କରାଯାଇଛି, କିନ୍ତୁ ରାଜ୍ୟର କିଛି ଉପକୂଳ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି ।
ଅନ୍ୟପଟେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ନୟାଗଡ଼ ଓ କଟକ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି । ତାପମାତ୍ରାରେ ମଧ୍ୟ ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ । ଆଗାମୀ ୭ ଦିନ ରାତି ତାପମାତ୍ରା ପ୍ରାୟ ସ୍ଥିର ରହିବ ।
📲Get App