🔥 TRENDING खैरथल में यातायात कर्मियों की कार्यशैल... Congress leader and mother arrested in... Mandodari’s Journey: From Ramanand Sag... Former India Cricketer Queries Mohamme... Rishabh Pant cleared for New Zealand T... Crocodile Sightings at Anantha Sagar L...
11 Nov 2026•
ગુજરાતી मराठी ਪੰਜਾਬੀ বাংলা

ଜୁମଡ଼ାଙ୍ଗ ଗ୍ରାମର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉଚ୍ଚସ୍ତରୀୟ ବୈଠକ, ମୌଳିକ ସୁବିଧା ଯୋଗାଣକୁ ଗୁରୁତ୍ୱ

✍️ Reporter: Sukumar Mandal 🗓 11 Nov 2026, 09:04 AM 👁 18
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ୍ ଧୁଳିପୁଟ ପଞ୍ଚାୟତ ଅନ୍ତର୍ଗତ ଜୁମଡ଼ାଙ୍ଗ ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ଓ ସାମଗ୍ରିକ ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏଫ୍‌.ଏଲ୍‌.ସି. ହଲ୍‌ଠାରେ ଆୟୋଜିତ ଏହି ବୈଠକରେ ଜୁମଡ଼ାଙ୍ଗ ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଜୁମଡ଼ାଙ୍ଗ ଗ୍ରାମର ପ୍ରସଙ୍ଗ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ପାଇଁ ଗୁରୁତ୍ୱ ବହନ କରୁଥିବାରୁ ଏହାକୁ ପ୍ରଶାସନ ଗମ୍ଭୀରତାର ସହ ଗ୍ରହଣ କରିଛି। ବୈଠକରେ ଗ୍ରାମରେ ରାସ୍ତା ନିର୍ମାଣ, ଜମି ପଟ୍ଟା ପ୍ରଦାନ, ବିଦ୍ୟୁତ୍ ସଂଯୋଗ, ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ ଭଳି ମୌଳିକ ସମସ୍ୟାଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ଗ୍ରାମବାସୀଙ୍କ ଆଧାର କାର୍ଡ, ବାସିନ୍ଦା ପ୍ରମାଣପତ୍ର, ପ୍ରଧାନମନ୍ତ୍ରୀ ଆବାସ ଓ ଆର୍‌ଏଚ୍‌ ଆବାସ ଯୋଜନାରେ ଘର ଯୋଗାଣ ଏବଂ ପିଡିଏସ୍‌ ମାଧ୍ୟମରେ ନିୟମିତ ଓ ସଠିକ୍ ଭାବେ ଚାଉଳ ବଣ୍ଟନ ଭଳି ବିଷୟ ମଧ୍ୟ ଆଲୋଚନା ପରିସରକୁ ଆସିଥିଲା।

ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଗ୍ରାମବାସୀଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସର୍ବଦା ପ୍ରତିଶ୍ରୁତିବଦ୍ଧ। ରାସ୍ତାଘାଟ, ବିଦ୍ୟୁତ୍‌କରଣ ଓ ଆବାସ ଯୋଜନା ସମେତ ସମସ୍ତ ବିକାଶମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନ, ସିଡିଓ-କମ୍‌-ଇଓ ଦାଶରଥୀ ସରାବୁ, ପିଏ ଆଇଟିଡିଏ ହଳଧର ଶବର, ଚିତ୍ରକୋଣ୍ଡା ବିଡିଓ ପ୍ରୀତା କୁମାର, ତହସିଲଦାର ନଟବର ଗରଡ଼ାଙ୍କ ସମେତ ଜୁମଡ଼ାଙ୍ଗ ଗ୍ରାମର ବହୁ ଗ୍ରାମବାସୀ ଉପସ୍ଥିତ ରହି ନିଜ ନିଜର ମତାମତ ଓ ଅଭିଯୋଗ ଉପସ୍ଥାପନ କରିଥିଲେ।
📲Get App