ଜୁମଡ଼ାଙ୍ଗ ଗ୍ରାମର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉଚ୍ଚସ୍ତରୀୟ ବୈଠକ, ମୌଳିକ ସୁବିଧା ଯୋଗାଣକୁ ଗୁରୁତ୍ୱ
ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ୍ ଧୁଳିପୁଟ ପଞ୍ଚାୟତ ଅନ୍ତର୍ଗତ ଜୁମଡ଼ାଙ୍ଗ ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ଓ ସାମଗ୍ରିକ ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏଫ୍.ଏଲ୍.ସି. ହଲ୍ଠାରେ ଆୟୋଜିତ ଏହି ବୈଠକରେ ଜୁମଡ଼ାଙ୍ଗ ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜୁମଡ଼ାଙ୍ଗ ଗ୍ରାମର ପ୍ରସଙ୍ଗ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ପାଇଁ ଗୁରୁତ୍ୱ ବହନ କରୁଥିବାରୁ ଏହାକୁ ପ୍ରଶାସନ ଗମ୍ଭୀରତାର ସହ ଗ୍ରହଣ କରିଛି। ବୈଠକରେ ଗ୍ରାମରେ ରାସ୍ତା ନିର୍ମାଣ, ଜମି ପଟ୍ଟା ପ୍ରଦାନ, ବିଦ୍ୟୁତ୍ ସଂଯୋଗ, ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ ଭଳି ମୌଳିକ ସମସ୍ୟାଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିସହ ଗ୍ରାମବାସୀଙ୍କ ଆଧାର କାର୍ଡ, ବାସିନ୍ଦା ପ୍ରମାଣପତ୍ର, ପ୍ରଧାନମନ୍ତ୍ରୀ ଆବାସ ଓ ଆର୍ଏଚ୍ ଆବାସ ଯୋଜନାରେ ଘର ଯୋଗାଣ ଏବଂ ପିଡିଏସ୍ ମାଧ୍ୟମରେ ନିୟମିତ ଓ ସଠିକ୍ ଭାବେ ଚାଉଳ ବଣ୍ଟନ ଭଳି ବିଷୟ ମଧ୍ୟ ଆଲୋଚନା ପରିସରକୁ ଆସିଥିଲା।
ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଗ୍ରାମବାସୀଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସର୍ବଦା ପ୍ରତିଶ୍ରୁତିବଦ୍ଧ। ରାସ୍ତାଘାଟ, ବିଦ୍ୟୁତ୍କରଣ ଓ ଆବାସ ଯୋଜନା ସମେତ ସମସ୍ତ ବିକାଶମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନ, ସିଡିଓ-କମ୍-ଇଓ ଦାଶରଥୀ ସରାବୁ, ପିଏ ଆଇଟିଡିଏ ହଳଧର ଶବର, ଚିତ୍ରକୋଣ୍ଡା ବିଡିଓ ପ୍ରୀତା କୁମାର, ତହସିଲଦାର ନଟବର ଗରଡ଼ାଙ୍କ ସମେତ ଜୁମଡ଼ାଙ୍ଗ ଗ୍ରାମର ବହୁ ଗ୍ରାମବାସୀ ଉପସ୍ଥିତ ରହି ନିଜ ନିଜର ମତାମତ ଓ ଅଭିଯୋଗ ଉପସ୍ଥାପନ କରିଥିଲେ।