🔥 TRENDING પ્રાંતિજ તાલુકાના અમલા ની મુવાડી ગામ ખ... ଦେବ୍ରିଗଡ଼ ଜଙ୍ଗଲରେ ପୁଣି ବାଘ ଆତଙ୍କ; କ୍ୟା... ਪੁਲਿਸ ਦੀ ਜੇਬ ਤੋਂ ਨਸ਼ਾ ਕਬਜ਼ਾ, ਤਫ਼ਤੀਸ਼ ਚ... ୧୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରା... ଦେବଗଡ଼ରେ ଲଜ୍ଜା; ୫ ବର୍ଷର ଶିଶୁକନ୍ୟାଙ୍କୁ... ଏଗ୍ରିଷ୍ଟାକ୍‌ ନ ଥିଲେ ବି ଚାଷୀଙ୍କ ଧାନ ଉଠି...
10 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ପୋଲ ବାଡ଼ରେ ବାଇକ ସହ ପିଟି ହୋଇ ୧୫ ଫୁଟ ତଳକୁ ଖସି ପଡ଼ିଲେ ଯୁବକ

✍️ Reporter: Deepak Mahapatra 🗓 10 Nov 2026, 12:45 PM 👁 20
Share: 💬 WhatsApp 📘 Facebook 𝕏 Post
ଭୟଙ୍କର ସଡ଼କ ଦୁର୍ଘଟଣା। ପୋଲର ସୁରକ୍ଷା ବାଡ଼ରେ ପିଟି ହୋଇ ବାଇକ୍‌ ସହ ୧୫ ଫୁଟ୍‌ ତଳକୁ ଖସି ପ୍ରାଣ ହରାଇଛନ୍ତି ଜଣେ ଯୁବକ। ଅନୁଗୋଳର ଛେଣ୍ଡିପଦାରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ଏଠାରେ ଥିବା କୁମ୍ଭୀରା ନାଳ ପୋଲର ସୁରକ୍ଷା ବାଡ଼ରେ ବାଇକ ସହ ପିଟି ହୋଇ ସିଧା ୧୫ ଫୁଟ ତଳକୁ ଖସି ପଡ଼ିଥିଲେ ଜଣେ ଯୁବକ। ପୁଲିସ୍‌ ଓ ସ୍ଥାନୀୟ ଲୋକ ତାଙ୍କୁ ୧୫ ଫୁଟ ତଳୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ମୃତ ଯୁବକ ଜଣଙ୍କ ହେଲେ ତେଣ୍ଟୁଲୋଇ-କୋଡ଼ାସାହି ପଞ୍ଚାୟତ ପଥରମୁଣ୍ଡା ଗାଁର ସୁବାଷ ମାଝୀ। ରବିବାର ଦୀପାବଳି ଦିନ ସେ ଛେଣ୍ଡିପଦାରୁ ବାଇକ୍ ଯୋଗେ ନିଜ ଘରକୁ ଆସୁଥିଲେ। କିନ୍ତୁ ହରିଦାଗୁଡ଼ ଗାଁ ନିକଟରେ ଘଟିଥିଲା ଅଘଟଣ।
ସେ ବାଇକ ଯୋଗୁ ଆସିଥିବା ବେଳେ ହଠାତ କୁମ୍ଭୀରା ନାଳ ପୋଲ ନିକଟରେ ଭାରସାମ୍ୟ ହରାଇଥିଲେ। ଏହାପରେ ଦ୍ରୁତଗତିରେ ଥିବା ବାଇକ ସହ ସିଧା ଯାଇ ପୋଲର ସୁରକ୍ଷା ବାଡ଼ରେ ପିଟି ହୋଇଯାଇଥିଲେ। ଏଥିଯୋଗୁ ସୁବାଷ ବାଇକ ସହ ସିଧା ପୋଲର ୧୫ ଫୁଟ ତଳକୁ ଖସି ପଡ଼ିଥିଲେ।
ଖବର ପାଇ ପୁଲିସ୍‌ ଓ ସ୍ଥାନୀୟ ଲୋକମାନେ ତୁରନ୍ତ ସୁବାଷଙ୍କୁ ପୋଲ ତଳୁ ଉଦ୍ଧାର କରିଥିଲେ। ଏହାପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା।
ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇ ସାରିଥିଲେ ସୁବାଷ। ହସ୍ପିଟାଲ ପକ୍ଷରୁ ସୁବାଷଙ୍କୁ ମୃତ ଘୋଷଣା କରାଯିବା ପରେ ପୂରା ଅଞ୍ଚଳରେ ଶୋକର ଚ୍ଛାୟା ଖେଳିଯାଇଛି। କାନ୍ଦ ବୋବାଳିରେ ପୂରା ଗାଁ ଏବେ ଫାଟି ପଡ଼ୁଛି।
ପୁଲିସ୍‌ ଘଟଣାସ୍ଥଳରୁ ବାଇକକୁ ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ଶେଷ ହେବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
📲Get App