🔥 ट्रेंडिंग પ્રાંતિજ તાલુકાના અમલા ની મુવાડી ગામ ખ... ଦେବ୍ରିଗଡ଼ ଜଙ୍ଗଲରେ ପୁଣି ବାଘ ଆତଙ୍କ; କ୍ୟା... ਪੁਲਿਸ ਦੀ ਜੇਬ ਤੋਂ ਨਸ਼ਾ ਕਬਜ਼ਾ, ਤਫ਼ਤੀਸ਼ ਚ... ୧୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରା... ଦେବଗଡ଼ରେ ଲଜ୍ଜା; ୫ ବର୍ଷର ଶିଶୁକନ୍ୟାଙ୍କୁ... ଏଗ୍ରିଷ୍ଟାକ୍‌ ନ ଥିଲେ ବି ଚାଷୀଙ୍କ ଧାନ ଉଠି...
10 नव. 2026•
ગુજરાતી मराठी ਪੰਜਾਬੀ বাংলা
वायरल

ଟ୍ରେନକୁ ପଛରୁ ପିଟିଲା ଟ୍ରେନ: ୪ ମୃତ, ୮୮ ଆହତ

✍️ रिपोर्टर: Deepak Mahapatra 🗓 10 नव. 2026, 12:48 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ଇଜିପ୍ଟର ଗିଜା ପ୍ରଦେଶରେ ରବିବାର ଦୁଇଟି ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୮୮ ଜଣ ଆହତ ହୋଇଛନ୍ତି।
ଇଜିପ୍ଟର ରାଜଧାନୀ କାଏରୋ ଠାରୁ ପ୍ରାୟ ୭୬ କିଲୋମିଟର ଦକ୍ଷିଣରେ ଏହି ଦୁର୍ଘଟଣା ଘଟିଥିଲା। ଗିଜାରୁ ଫାୟୁମ୍‌ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ କାଏରୋରୁ ଆସୱାନ୍‌ ଯାଉଥିବା ଆଉ ଏକ ଟ୍ରେନ୍‌ର ପଛପଟେ ପିଟି ହୋଇଯାଇଥିଲା।
ଏହି ଧକ୍କା ଫଳରେ ଉଭୟ ଟ୍ରେନର କିଛି ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ କର୍ମଚାରୀମାନେ ଭଙ୍ଗାରୁଜା ଅଂଶଗୁଡ଼ିକୁ ହଟାଇବା ଏବଂ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ହୋଇଥିଲେ।
ରାଷ୍ଟ୍ରପତି ଅବଦେଲ ଫତାହ ଅଲ-ସିସି ଏହି ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ଘଟଣା ପାଇଁ ଦାୟୀ ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଇଜିପ୍ଟ ରେଳ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ କ୍ଷତିଗ୍ରସ୍ତ ବଗିଗୁଡ଼ିକୁ ହଟାଇବା ଏବଂ କାଏରୋ-ଅପର୍ ଇଜିପ୍ଟ ରେଳ ଲାଇନରେ ରେଳ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି।
ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ସେ ସମ୍ପର୍କରେ ରେଳ କର୍ତ୍ତୃପକ୍ଷ ସୂଚନା ଦେଇ ନାହାନ୍ତି।
📲Get App