🔥 TRENDING Mamata Banerjee Loses Key Supporters o... Meghalaya Teachers Reject Department L... Meghalaya Ropeway Meeting Turns Chaoti... Meghalaya Minister Sanbor Shullai Conf... सेमरी गांव की बस्ती में 12 वर्षीय नाबा... Maneka Gambhir Seeks Permission to Tra...
12 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ରାଜଧାନୀରେ ଭୟଙ୍କର ଦୁର୍ଘଟଣା; ବାଇକ୍‌କୁ ୫୦ ମିଟର ଘୋଷାଡ଼ି ନେଲା କାର୍‌, ୩ ଗୁରୁତର

✍️ Reporter: Deepak Mahapatra 🗓 09 Nov 2026, 01:16 PM 👁 28
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜଧାନୀରେ ପୁଣି ହିଟ୍‌ ଆଣ୍ଡ୍‌ ରନ୍‌ ଆତଙ୍କ। ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ଅଞ୍ଚଳରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ କାର୍‌ ଏକ ବାଇକ୍‌କୁ ଜୋରଦାର ଧକ୍କା ଦେବା ସହ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ମଦ୍ୟପ ଅବସ୍ଥାରେ ଥିବା ଅଭିଯୋଗ ହୋଇଥିବା କାର୍‌ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ସମୟରେ ବାଇକ୍‌କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଜୋର୍‌ଦାର ଥିଲା ଯେ ବାଇକ୍‌ଟି କାର୍‌ ତଳେ ଲାଗି ପ୍ରାୟ ୫୦ ମିଟର ଘୋଷାଡ଼ି ହୋଇଯାଇଥିଲା।
ଦୁର୍ଘଟଣା ପରେ କାର୍‌ ଚାଳକ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ସ୍ଥାନୀୟ ଲୋକେ ତାଙ୍କୁ ପିଛା କରି ଅଟକାଇଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ କାର୍‌ ଉପରକୁ ପଥର ମାଡ଼ କରିବା ସହ ଗାଡ଼ିଟିକୁ ଭଙ୍ଗାରୁଜା କରିଥିଲେ।
ଖବର ପାଇ ଇନ୍‌ଫୋସିଟି ଥାନା ପୋଲିସ ସମେତ ନିକଟସ୍ଥ ଥାନାର ପୋଲିସ ଅଧିକାରୀ ଏବଂ ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଚାଳକଙ୍କୁ ଉଦ୍ଧାର କରି ପୋଲିସ ଥାନାକୁ ନେଇଥିଲା। ବର୍ତ୍ତମାନ ଚାଳକଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି।
ଅନ୍ୟପଟେ, ଦୁର୍ଘଟଣାରେ ଆହତ ୩ ଜଣଙ୍କ ଚିକିତ୍ସା ଚାଲିଥିବାବେଳେ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବା ସୂଚନା ମିଳିଛି। ରାଜଧାନୀରେ ବାରମ୍ବାର ଏଭଳି ଦୁର୍ଘଟଣା ସଡ଼କ ସୁରକ୍ଷା ଏବଂ ମଦ୍ୟପ ଗାଡ଼ି ଚାଳନା ଉପରେ ପୁଣି ଗମ୍ଭୀର ପ୍ରଶ୍ନ ଉଠାଇଛି।
📲Get App