🔥 ट्रेंडिंग एसटी बसच्या NCMC कार्ड असतानाही महिलां... ಬೆಂಗಳೂರು ವಿಧಾನಸೌಧದ ಗೋಡೆಗಳಲ್ಲಿ ಕನ್ನಡ ಮಹ... ಜಾರ್ಖಂಡ್ ಗ್ರಾಮೀಣ ಭಾಗದ ಮಹಿಳೆಯರು ಪ್ಲಾಸ್ಟ... डिली कोर्ट ने संगठित अपराध के पांच आरो... किशोर हत्या मामले में आरोपी को SUV के... ऐतिहासिक रिकॉर्ड तोड़ता 'रामायण' टीवी...
06 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

କଣ୍ଟାବାଞ୍ଜିରେ ଅଭାବନୀୟ ଘଟଣା; ଚତୁର୍ଥ ମହଲାରୁ ଖସିଲା ରଡ୍, ଶ୍ରମିକ ମୃତ

✍️ रिपोर्टर: Deepak Mahapatra 🗓 06 नव. 2026, 02:15 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ବଲାଙ୍ଗିର: ନିର୍ମାଣାଧୀନ ବାଙ୍କ୍ୱେଟ୍ ହଲ୍‌ରେ ଅଘଟଣ। ଚତୁର୍ଥ ମହଲାରୁ ଖସିଲା ଲୁହା ରଡ୍। ମୁଣ୍ଡରେ ରଡ୍ ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଗୁରୁବାର ଏହି ଦୁଃଖଦ ଘଟଣା ଘଟିଛି। ମୃତ ଶ୍ରମିକ ଜଣକ ହେଉଛନ୍ତି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବୁରୋବାହାଲ ଗାଁର ଭବଗ୍ରାହୀ ପଟେଲ।
ସୂଚନା ଅନୁସାରେ, କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାସ୍ତା କଡ଼ରେ ନିର୍ମାଣ ଚାଲିଥିବା ଏକ ବାଙ୍କ୍ୱେଟ୍ ହଲ୍‌ରେ ଭବଗ୍ରାହୀ କାମ କରୁଥିଲେ। ଏହି ସମୟରେ ବିଲ୍ଡିଂର ଚତୁର୍ଥ ମହଲାରୁ ଏକ ଲୁହା ରଡ୍ ଖସି ତାଙ୍କ ମୁଣ୍ଡରେ ପଡ଼ିଥିଲା। ରଡ୍‌ର ଆଘାତ ଏତେ ଗୁରୁତର ଥିଲା ଯେ, ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା।
ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ରଡ୍ ଖସିଲା ଏବଂ ଏହି ଦୁର୍ଘଟଣା ପଛରେ କାହାର ଅବହେଳା ରହିଛି କି ନାହିଁ, ସେନେଇ ଯାଞ୍ଚ ଚାଲିଛି।
ଅନ୍ୟପଟେ, ମୃତକଙ୍କ ପରିବାର ନିର୍ମାଣସ୍ଥଳର ମାଲିକଙ୍କଠାରୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି। ଶ୍ରମିକମାନଙ୍କୁ ଆବଶ୍ୟକ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏପରିକି ନିର୍ମାଣସ୍ଥଳରେ ଶତାଧିକ ଶ୍ରମିକ ହେଲମେଟ୍ ଭଳି ଅତ୍ୟାବଶ୍ୟକ ସୁରକ୍ଷା ଉପକରଣ ବିନା କାମ କରୁଥିବା ମଧ୍ୟ ଖବର ମିଳିଛି।
ଏହି ଘଟଣା ପରେ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ନିର୍ମାଣସ୍ଥଳରେ ଆବଶ୍ୟକ ସୁରକ୍ଷା ନିୟମ ପାଳନ ହେଉଥିଲା କି ନାହିଁ, ତାହା ଏବେ ତଦନ୍ତର ପରିସରଭୁକ୍ତ। ପୁଲିସ ତଦନ୍ତ ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
📲Get App