🔥 TRENDING Prisoner attacks jailer with tea mug d... ପୁଲିସ୍ SIଙ୍କୁ ବାନ୍ଧିଲା ଭିଜିଲାନ୍ସ; ଲାଞ୍... મોડાસા જયપુર રોડ લાઇન્સ નવા વર્ષની શુભ... କେନ୍ଦ୍ରକୁ ପ୍ରସ୍ତାବ: ‘ଅର୍ଣ୍ଣବ’ କ୍ଷୟକ୍ଷତ... ଅଫିସରଙ୍କୁ ବିଧାୟକଙ୍କ ହତ୍ୟା ଧମକ ଘଟଣା: ହୋ... એક્સિસ બેંક કર્મચારીની કારથી વસ્ત્રાપુ...
06 Nov 2026•
ગુજરાતી मराठी ਪੰਜਾਬੀ বাংলা
Lifestyle

ନୃତ୍ୟ ପରିବେଷଣ କରିବା ପରେ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ମୃତ୍ୟୁ

✍️ Reporter: Deepak Mahapatra 🗓 06 Nov 2026, 01:23 PM 👁 9
Share: 💬 WhatsApp 📘 Facebook 𝕏 Post
ନୃତ୍ୟ ପରିବେଷଣ କରି ମଞ୍ଚରୁ ଓହ୍ଲାଇ ଗ୍ରୀନ୍‌ ରୁମ୍‌କୁ ଯିବା ପରେ ଅସୁସ୍ଥ ଅନୁଭବ କଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ପ୍ରଶାନ୍ତ କୁମାର ସାହୁ। ସାଥୀ କଳାକାର ଓ ଆୟୋଜକମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଗତକାଲି ଭୁବନେଶ୍ୱରର ଜୟଦେବ ଭବନ ପ୍ରେକ୍ଷାଳୟରେ ଜ୍ୟୋତିକଳା ପରିଷଦ ଆନୁକୂଲ୍ୟରେ ‘ବେଦ ଧ୍ୱନି ମହୋତ୍ସବ’ କାର୍ଯ୍ୟକ୍ରମ ଅବସରରେ ନୃତ୍ୟ ପରିବେଷଣ କରିଥିଲେ ପ୍ରଶାନ୍ତ କୁମାର ସାହୁ। ନୃତ୍ୟ ପରିବେଷଣ କରି ଗ୍ରୀନ ରୁମ୍‌କୁ ଫେରି ବସିଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ।
ଅଳ୍ପ ବୟସରୁ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ମାର୍ଗଦର୍ଶନରେ କୋଣାର୍କ ନାଟ୍ୟମଣ୍ଡପରୁ ନିଜର ନୃତ୍ୟ ସାଧନା ଆରମ୍ଭ କରିଥିଲେ ପ୍ରଶାନ୍ତ କୁମାର ସାହୁ । ସେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ବଡ଼ ବଡ଼ ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଗତ କିଛି ଦିନ ତଳେ ରାଷ୍ଟ୍ରପତି ଭବନରେ ସେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।
📲Get App