अपराध
ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା; ସିଡିଓଙ୍କୁ ମାରିଦେବାକୁ ଦେଇଥିଲେ ଧମକ, ଏତଲାରେ ଲେଖା ହୋଇଛି ସାଂଘାତିକ କଥା
ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା। ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ (CDO-CUM-EO) ସମୀର କୁମାର ଜେନାଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବା ଅଭିଯୋଗରେ ଆସିକା ଥାନାରେ ଗୁରୁବାର ଦିଆଯାଇଛି ଏତଲା। ଖୋଦ୍ ଶ୍ରୀ ଜେନା ବିଧାୟକଙ୍କ ବିରୋଧରେ ଦେଇଛନ୍ତି ଏତଲା।
ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି, ନଭେମ୍ବର ୩ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ମୁଁ ଆସିକା ମ୍ୟୁନିସିପାଲିଟୀର ନିର୍ବାହୀ ଅଧିକାରୀଙ୍କ ଅଫିସ ଚ୍ୟାମ୍ବରରେ ବସି ଆସିକା ମ୍ୟୁନିସିପାଲିଟୀର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରୁଥିଲି। ସେହି ସମୟରେ ବିଧାୟକ ଆସିକା ଆସିକା ମ୍ୟୁନିସିପାଲିଟୀ ନିର୍ବାହୀ ଅଧିକାରୀଙ୍କ ସହିତ ଚ୍ୟାମ୍ବର ଭିତରକୁ ଆସିଥିଲେ ଓ ଅନ୍ୟମାନଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ତା’ପରେ ସେ କିଛି ରିଲିଫ୍ ସାମଗ୍ରୀ ବଣ୍ଟନକୁ ନେଇ ସଙ୍ଗେ ସଙ୍ଗେ ମୋ ଉପରେ ଚିତ୍କାର କରିଥିଲେ। ମୁଁ ତାଙ୍କୁ ସମ୍ମାନର ସହ କହିଥିଲି ଯେ ମାନନୀୟ ଇସ୍ପାତ ଓ ଖଣି ମନ୍ତ୍ରୀ ସେହି ରିଲିଫ୍ ସାମଗ୍ରୀଗୁଡ଼ିକର ବ୍ୟବସ୍ଥା କରିଥିଲେ ଏବଂ ଫୋନ୍ରେ ମାନନୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଁ ସେଗୁଡ଼ିକୁ ସଂପୃକ୍ତ ଲୋକଙ୍କ ପାଖରେ ପହଞ୍ଚାଇଥିଲି। ଏହା ପରେ ଆସିକା ବିଧାୟକ ପୁଣି ମୋ ଉପରେ ଚିତ୍କାର କରିଥିଲା ଓ କହିଥିଲେ, କ’ଣ ଏଠି ମିନିଷ୍ଟର, ମିନିଷ୍ଟର କଥା ଚଲେଇଛୁ। ଆସିକାରେ ମୁଁ ହେଉଛି ମିନିଷ୍ଟର। ଆଉ ସବୁ କିଛି। ଏଠି ମୋ ଇଚ୍ଛା ବିନା କିଛି ହୁଏ ନାହିଁ।
ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଶ୍ରୀ ଜେନା ଆହୁରି ଲେଖିଛନ୍ତି, ତା’ ପରେ ମୁଁ ଶାନ୍ତ ହୋଇ ତାଙ୍କୁ କହିଥିଲି ଯେ ଯଦି ଆପଣଙ୍କର ମାନନୀୟ ମନ୍ତ୍ରୀଙ୍କ ସହିତ କିଛି ସମସ୍ୟା ରହିଛି, ତା’ହେଲେ ଆପଣ ତାଙ୍କ ସହିତ ଆଲୋଚନା କରନ୍ତୁ ଓ ସମାଧାନ କରନ୍ତୁ। ମୋର ଏଥିରେ କୌଣସି ଭୂମିକା ନାହିଁ। ତା’ପରେ ସେ ପୁଣି ମୋ ଉପରେ ଚିତ୍କାର କରିଥିଲେ ଓ କହିଥିଲେ, ‘ମୁଁ ଲାଷ୍ଟ ୪-୫ ଦିନ ହେଲାଣି ଦେଖୁଛି ତୁ କି ନାଟ ଲଗାଉଛୁ। ତୁ ନିଜକୁ କ’ଣ ଭାବୁଛୁ? ମୋ ଆଗରେ ଅଫିସରଗିରି ଦେଖାଉଛୁ?” ଯେତେବେଳେ ମୁଁ ତାଙ୍କୁ ଜଣେ ଅଫିସର ଭାବେ ମୋ ଭୂମିକା ସଂପର୍କରେ ବର୍ଣ୍ଣନା କରିବାକୁ ଉଦ୍ୟମ କଲି ସେତେବେଳେ ସେ ପୁଣି ମୋତେ କହିଥିଲେ, ‘ଅଫିସର ନହୋଇଥିଲେ ଗଳାରେ ଧକ୍କା ଦେଇ ମୁଁ ତୋତେ ଏଠୁ ବାହାର କରି ଦେଇଥା’ନ୍ତି। ଆଉ ଗୋଟେ କଥା ଜାଣି ଥା’- ମୋ ସଂଘ ଉପରକୁ କଥା ଆସିଲେ, ମୁଁ ମୋ ନିଜ ବାପ କି ପୁଅକୁ ବି ଛାଡ଼ିବିନି। ଆଉ ତୋ ଅବସ୍ଥା କ’ଣ କରିବି, ତୁ ନିଜେ ଭାବି ପାରିବୁନି। ଦରକାର ପଡ଼ିଲେ, ତୋତେ ମାରିକି ଏଠି ମାଟିରେ ମିଶେଇ ଦେବି। ତୋର ଏଠି ରହିବାର କିଛି ଆବଶ୍ୟକତା ନାହିଁ। ତୁ ଏଠୁ ଭଲରେ ଭଲରେ ପଳା।’
ସେ ତାଙ୍କ ଏଫଆଇଆରରେ ଲେଖିଛନ୍ତି, ଦୁର୍ବ୍ୟବହାରର ଶିକାର ହେବାରୁ ପିଏସଓଙ୍କ ଅନୁରୋଧକ୍ରମେ ମୁଁ ଅଫିସ ଚ୍ୟାମ୍ବର ଛାଡ଼ି ପଳାଇଥିଲି। ଆସିକା ବିଧାୟକ ଅପଶବ୍ଦ ବ୍ୟବହାର କରି ମୋ ସହିତ ଦୁର୍ବ୍ୟବହାର କରିଥିଲେ। ଏପରିକି ସେ ମୋତେ ମାରିଦେବାକୁ ଧମକ ଦେଇ ମୋ ଉପରକୁ ହାତ ଉଠାଇଥିଲେ ଓ ମୋତେ ମୋ ସରକାରୀ ଦାୟିତ୍ୱ ନିର୍ବାହ କରିବାରେ ବାଧା ଉତ୍ପନ୍ନ କରିଥିଲେ। ଏହି ପୂରା ଘଟଣା ଆସିକା ମ୍ୟୁନିସିପାଲିଟୀର ନିର୍ବାହୀ ଅଧିକାରୀଙ୍କ ଅଫିସ ଚ୍ୟାମ୍ବରରେ ଥିବା ସିସିଟିଭିରେ କଏଦ ହୋଇଛି। ଏହି ଘଟଣା ଯୋଗୁ ମୁଁ ଖୁବ୍ ହତୋତ୍ସାହିତ ହୋଇପଡ଼ିଛି ଓ ଏହା ମୋତେ ମାନସିକ ଆଘାତ ମଧ୍ୟ ଦେଇଛି। ତେଣୁ ଆଇନ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ, ମୋତେ ନ୍ୟାୟ ଦେବାକୁ ଓ ମୋ ସୁରକ୍ଷା ସୁନିଶ୍ଚିତ କରିବାକୁ ଆପଣଙ୍କୁ ଅନୁରୋଧ କରୁଛି।
ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ (CDO-CUM-EO) ସମୀର କୁମାର ଜେନା ତାଙ୍କ ବିରୋଧରେ ଦେଇଥିବା ଏତଲା ଉପରେ ବିଧାୟକ ସରୋଜ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ, ଆମ ଭିତରେ ଭୁଲ୍ ବୁଝାମଣା ଥିଲା ଓ ତା’ର ସମାଧାନ ହୋଇଯାଇଛି। ମୋର ତାଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ। ଯାହା ବି ଭୁଲ୍ ବୁଝାମଣା ଥିଲା, ଆପୋଷ ଆଲୋଚନାରେ ସମାଧାନ ହୋଇଗଲା। ସେ ଏତଲା ଦେଇଛନ୍ତି। ମୁଁ ତାଙ୍କ ସହ କଥା ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସେ କାମ କରୁଥିଲେ। ମୁଁ ବି କରୁଥିଲି। ୮ ଦିନ ହେଲା ଅଖିଆ, ଅପିଆ, ଅନିଦ୍ରା ରହି କାମ କରୁଥିଲୁ। ସେ ଭିତରେ କିଛି ଭୁଲ୍ ବୁଝାମଣା ହୋଇଗଲା। ଏହା ସାଧାରଣ କଥା।
ଏହା ସହିତ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବନ୍ୟା କ୍ଷୟକ୍ଷତି ଆଲୋଚନା କରିବା ପାଇଁ ଆସିଥିଲେ ବୋଲି ବିଧାୟକ ଶ୍ରୀ ପାଢ଼ୀ କହିଛନ୍ତି।
ଅନ୍ୟପକ୍ଷରେ ତେଜିଛି ସିଡିଓଙ୍କୁ ଆସିକା ବିଧାୟକଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ। ଗଞ୍ଜାମ ଜିଲ୍ଲାପାଳଙ୍କୁ OAS ସଂଘର ଦାବିପତ୍ର ପ୍ରଦାନ। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ସଂଘ। ବିପର୍ଯ୍ୟୟ ପରିଚାଳନାରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି।