🔥 TRENDING Char Dham Yatra Highlights Air Safety... Telangana Targets 100 New GCCs in Hyde... ગ્રીન દિવાળી અભિયાન-2026: ફટાકડાને ના... Farmer Takes Own Life in Flood‑Stricke... Bharat Renewable Energy Summit & Expo... Intellectuals Urge Policy Shift, Say F...
07 Nov 2026•
ગુજરાતી मराठी ਪੰਜਾਬੀ বাংলা

୩୨୬ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ, କାଲିମେଳା ଅଞ୍ଚଳର ବାସିନ୍ଦା ହନ୍ତସନ୍ତ।

✍️ Reporter: Sukumar Mandal 🗓 06 Nov 2026, 11:45 PM 👁 18
Share: 💬 WhatsApp 📘 Facebook 𝕏 Post
୩୨୬ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ, କାଲିମେଳା ଅଞ୍ଚଳର ବାସିନ୍ଦା ହନ୍ତସନ୍ତ।

କାଲିମେଳା : ମାଲକାନଗିରି ଜିଲ୍ଲାର କାଲିମେଳା ଟାଉନ ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତ କରିବା ସମୟରେ ଯାନବାହନ ଚାଳକ ଓ ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହି ରାସ୍ତା ଦେଇ ପ୍ରତିଦିନ ଛୋଟବଡ଼ ଯାନବାହନ ସହ ଯାତ୍ରୀବାହୀ ବସ୍‌, ମାଲବାହୀ ଟ୍ରକ୍‌ ଓ ଦୁଇଚକିଆ ଯାନ ଚଳାଚଳ କରୁଛି। ରାସ୍ତାର ଖରାପ ଅବସ୍ଥା ଯୋଗୁଁ ଯାତ୍ରୀମାନଙ୍କ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି। ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ଅଧିକ ଅସୁବିଧା ଭୋଗୁଛନ୍ତି।

ଜାତୀୟ ରାଜପଥ ପରି ଏକ ଗୁରୁତ୍ୱପୂର୍ଣ୍ଣ ସଡ଼କର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ଅବସ୍ଥା ଯାଞ୍ଚ କରିବା ସହ ଶୀଘ୍ର ମରାମତି କରିବାକୁ ଅଞ୍ଚଳବାସୀ ଦାବି ଓ ଅନୁରୋଧ କରିଛନ୍ତି।
📲Get App