🔥 ट्रेंडिंग करौली जिला पुलिस अधीक्षक लोकेश सोनवाल... E100 ଏବଂ E85 ଇନ୍ଧନ ଗାଡ଼ି ପାଇଁ ରାସ୍ତା ସ... Honble union minister far Health shri... मेघालय के मुख्यमंत्री ने उम्मुलोंग में... यूनिवर्सल एआई विश्वविद्यालय ने किया 15... असम के मुख्यमंत्री हिमंत बिस्व सरमा ने...
05 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ବାତ୍ୟା ‘ଅର୍ଣ୍ଣବ’ କ୍ଷତିର ଆକଳନ: ଗଞ୍ଜାମରେ ହଜାରେ କୋଟିର କ୍ଷତି ପରଖିଲା କେନ୍ଦ୍ରୀୟ ଟିମ୍

✍️ रिपोर्टर: Deepak Mahapatra 🗓 05 नव. 2026, 01:16 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର କ୍ଷେତ୍ରସ୍ତରୀୟ ସମୀକ୍ଷା ଶେଷ କରିଛି ୮ଜଣିଆ ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବିଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତିର ପୁଙ୍ଖାନୁପୁଙ୍ଖ ଆକଳନ କରିଛି।
କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ଓ ପରିଦର୍ଶନ ଗସ୍ତର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରୀୟ ଟିମ୍ ପୁରୁଷୋତ୍ତମପୁର ବ୍ଲକ୍ର ଆଛୁଲି, ପ୍ରତାପପୁର, ହାଣ୍ଡିଘର ଓ ହନୁମାନପଲ୍ଲୀସ୍ଥିତ ହୀରାଧରବାଟି ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହାପରେ ହିଞ୍ଜିଳି ବ୍ଲକ୍ର ଘୋଡ଼ାହାଡ଼ ପୋଲ ଏବଂ ଜୟମଙ୍ଗଳ ଜଳସେଚନ ପ୍ରକଳ୍ପର କ୍ଷତି ଅନୁଧ୍ୟାନ କରିଥିଲେ। ଆସିକାର ଲକ୍ଷ୍ମୀ ବଜାର, ନବରତ୍ନପୁର ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ଧରାକୋଟ ବ୍ଲକ୍ର ଜାହାଡ଼ା ଗ୍ରାମ ଓ ଜାନିବିଲି ଆନିକଟ ମଧ୍ୟ ଟିମ୍ ବୁଲି ଦେଖିଥିଲା।
ଅନୁଧ୍ୟାନ ସମୟରେ ଚାଷଜମିରେ ବାଲିଚର ମାଡ଼ିଯିବା, ନଦୀବନ୍ଧ ଓ ଜଳସେଚନ ପ୍ରକଳ୍ପର କ୍ଷତି, ଗ୍ରାମ୍ୟ ରାସ୍ତା, ବିଦ୍ୟୁତ୍ ଭିତ୍ତିଭୂମି, ବାସଗୃହ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର କ୍ଷତି ସମ୍ପର୍କରେ ଟିମ୍ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା। ଏଥିସହ ବନ୍ୟା ବିପନ୍ନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଦୁଃଖସୁଖ ପଚାରି ବୁଝିବା ସହ ନଷ୍ଟ ହୋଇଥିବା ଫସଲର ନମୁନା ସଂଗ୍ରହ କରିଥିଲେ।
ପ୍ରଶାସନିକ ସମୀକ୍ଷା ଓ ପ୍ରାଥମିକ ଆକଳନ କ୍ଷେତ୍ରସ୍ତରକୁ ଯିବାପୂର୍ବେ ଗୋପାଳପୁର ସର୍କିଟ୍ ହାଉସ୍ରେ ଜିଲ୍ଲା ପ୍ରଶାସନ ସହ କେନ୍ଦ୍ରୀୟ ପ୍ରତିନିଧିଦଳର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା। ଏଥିରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ବିଜୟ ଅମୃତ କୁଲାଙ୍ଗେ ଏବଂ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ଏବଂ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ସମ୍ପର୍କରେ ଏକାନ୍ତ ବିବରଣୀ ଉପସ୍ଥାପନ କରିଥିଲେ।
ପ୍ରାଥମିକ ଆକଳନ ଅନୁଯାୟୀ, ବାତ୍ୟା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୦୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳର ଜନପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କେନ୍ଦ୍ରୀୟ ଟିମ୍କୁ ସମସ୍ତ ପ୍ରକାର ସହଯୋଗ ଯାଇଥିଲେ।
📲Get App