🔥 TRENDING 9-Year-Old Girl Dies After Falling in... ଆସନ୍ତା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଗଞ୍ଜା... Jaipur’s ‘Tyohar Asharfi’ Sweet Fetche... शराब के नशे में स्कूल पहुंचे प्रधानाध्... मुख्यमंत्री योगी आदित्यनाथ ने दीपावली... AMRUT 2.0 એટલે શહેરી વિસ્તારો માટે અમૃ...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଲାଞ୍ଚ ନେଉଥିଲେ ପୁଲିସ ସବ୍‌ ଇନ୍ସପେକ୍ଟର, ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁ ପଡ଼ିଲେ; ୨୦୨୧ରେ ପାଇଥିଲେ ଚାକିରି

✍️ Reporter: Deepak Mahapatra 🗓 05 Nov 2026, 12:40 PM 👁 16
Share: 💬 WhatsApp 📘 Facebook 𝕏 Post
୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ସବ୍‌ ଇନ୍ସପେକ୍ଟର ସୁଜିତ କୁମାର ମହନ୍ତ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଏକ ମାମଲାକୁ ରଫାଦଫା କରିବା ପାଇଁ ସବ୍‌ ଇନ୍ସପେକ୍ଟର ଶ୍ରୀ ମହନ୍ତ ଜଣେ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ସେ ସେହି ମାମଲାର ତଦନ୍ତ ଅଧିକାରୀ ଥିଲେ।
ଆଜି ସନ୍ଧ୍ୟାରେ ସେ ଅଭିଯୁକ୍ତଙ୍କୁ ଫୋନ୍ କରିଥିଲେ ଓ ଥାନା ବାହାରେ ଭେଟିବାକୁ କହିଥିଲେ। ଅଭିଯୁକ୍ତ ତାଙ୍କ ଥାନା ବାହାରେ ଭେଟି ଥିଲେ ଓ ଲାଞ୍ଚ ଅର୍ଥ ଦେଇଥିଲେ। ତେବେ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ସେ ଭିଜିଲାନ୍ସ ଜାଲରେ ଫସି ଯାଇଥିବା ଜାଣିବାକୁ ପାଇଥିଲେ। ସେଥିପାଇଁ ସେ ସେଠାରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ।
ସବ୍‌ ଇନ୍ସପେକ୍ଟର ସୁଜିତ କୁମାର ମହାନ୍ତି ଲାଞ୍ଚ ଅର୍ଥ ଧରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ତେବେ ଭିଜିଲାନ୍ସ ଟିମ୍ ତାଙ୍କୁ ପିଛା କରିଥିଲା। ଏହା ଦେଖି ସେ ନିକଟସ୍ଥ ଏକ ପୋଖରୀ ଭିତରକୁ ପଶି ଯାଇଥିଲେ। ହେଲେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଛାଡ଼ି ନଥିଲେ।
କିଛି ଭିଜିଲାନ୍ସ କର୍ମଚାରୀ ପୋଖରୀ ଭିତରକୁ ଡ଼େଇଁଥିଲେ ଓ ପହଁରି ପହଁରି ଯାଇ ସବ୍‌ ଇନ୍ସପେକ୍ଟର ଶ୍ରୀ ମହନ୍ତଙ୍କୁ କାବୁ କରି କୂଳକୁ ଆଣିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ମହନ୍ତଙ୍କର ଏକାଧିକ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍‌। ଏହି ସମୟରେ ଥାନା ପରିସରରେ ଥିବା ତାଙ୍କ ରେଷ୍ଟ୍‌ ରୁମ୍‌ରୁ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଜବତ କରିଥିଲା।
ଏହି ଘଟଣାକୁ ନେଇ ସବ୍‌ ଇନ୍ସପେକ୍ଟର ଶ୍ରୀ ମହନ୍ତଙ୍କ ନାଁରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଛି।
ଉଲ୍ଲେଖଯୋଗ୍ୟ, ସୁଜିତ କୁମାର ମହାନ୍ତ ୨୦୨୧ ମସିହାରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୁଲିସ SI ଭାବେ ଚାକିରିରେ ଯୋଗ ଦେଇଥିଲେ।
📲Get App