🔥 TRENDING ଫାଟିଗଲା ଚକା, ଗଛକୁ ପିଟିଲା ବସ୍ અંબાજી ગામમાં કચરાની સમસ્યા, સફાઈ માટે... CM योगी आदित्यनाथ ने गोरखपुर में 'लोकत... ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ, ଦୁଇ ଦିନ... ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଖବର ପାଇ... ದಾವಣಗೆರೆಯ ನಿವಾಸದಲ್ಲಿ ಸಾರ್ವಜನಿಕರು ಹಾಗೂ...
04 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଧରାପଡ଼ିଲା ଏଡିଇଓଙ୍କ ଜାଲିଆତି, ନିଲମ୍ବନ କଲେ ଜିଲ୍ଲାପାଳ

✍️ Reporter: Deepak Mahapatra 🗓 04 Nov 2026, 01:05 PM 👁 17
Share: 💬 WhatsApp 📘 Facebook 𝕏 Post
ସରକାରୀ ଦାୟିତ୍ୱ ନିର୍ବାହରେ ଅବହେଳା ଓ ଆର୍ଥିକ ହେରଫେର ଆଦି ଅଭିଯୋଗରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମପଞ୍ଚାୟତର ଏଡିଇଓ (Accountant-cum-Data Entry Operator) ସରୋଜ କୁମାର ମହାକୁଡ଼ଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।
ଆବାସ ହିତାଧିକାରୀ ଯାଜ୍ଞସିନୀ ବଙ୍କାଙ୍କ ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ ପାଇଁ ଏଡିଇଓ ଶ୍ରୀ ମହାକୁଡ଼ ପୁରୁଣା ଘରର ଫଟୋକୁ ଜାଲିଆତି କରି ଅନଲାଇନରେ ଅପଲୋଡ୍ କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ନିଲମ୍ବନ ଅବଧି ମଧ୍ୟରେ ତାଙ୍କ ମୁଖ୍ୟାଳୟ ହେବ କଣ୍ଟାମାଳ ତହସିଲ କାର୍ଯ୍ୟାଳୟ।ତହସିଲଦାରଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଖଟଖଟିଆ ପଞ୍ଚାୟତର ଦାୟିତ୍ୱ ଅନ୍ୟ ଅଧିକାରୀଙ୍କୁ ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ହୋଇଛି ।
📲Get App