🔥 TRENDING ସଂସଦରେ SIR ସମେତ ସବୁ ପ୍ରସଙ୍ଗରେ ଆଲୋଚନା ପ... ୩.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ OR... ରାଜଧାନୀରେ ଠକ ଦମ୍ପତିଙ୍କୁ ଗିରଫ କଲା ପୋଲିସ... पटना सिटी में बौद्ध बिहार काॅलोनी में... Noida Businessman Completes 70‑km Run... ଇଭି ଚାଳକଙ୍କ ପାଇଁ ଖୁସି ଖବର: ଓଡ଼ିଶାରେ ବସ...
04 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

ହବିଷ୍ୟାଳୀଙ୍କ ପାଇଁ ବଡ଼ ଘୋଷଣା ,କାର୍ତ୍ତିକ ବ୍ରତ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୩.୩୦ କୋଟି ଟଙ୍କା ଅନୁମୋଦନ

✍️ Reporter: Deepak Mahapatra 🗓 04 Nov 2026, 01:31 PM 👁 16
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ପୁରୀରେ ପବିତ୍ର କାର୍ତ୍ତିକ ବ୍ରତ ତଥା ହବିଷ୍ୟାଳୀମାନଙ୍କ ବ୍ୟବସ୍ଥା ପାଇଁ ୩ କୋଟି ୩୦ ଲକ୍ଷ ଟଙ୍କା ଅର୍ଥରାଶି ଅନୁମୋଦନ କରାଯାଇଛି।
ଏହି ଅର୍ଥରାଶି ମାଧ୍ୟମରେ ଶ୍ରୀକ୍ଷେତ୍ର ପୁରୀରେ ରହୁଥିବା ହବିଷ୍ୟାଳୀମାନଙ୍କୁ ବିଭିନ୍ନ ସୁବିଧା ଓ ଆବଶ୍ୟକୀୟ ବନ୍ଦୋବସ୍ତ ଯୋଗାଇ ଦିଆଯିବ । ହବିଷ୍ୟାଳୀ ମା’ମାନଙ୍କ ପାଇଁ ଦୀର୍ଘ ଏକ ମାସ ଧରି ପୁରୀର ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ସୁରକ୍ଷିତ ରହଣି ବ୍ୟବସ୍ଥା, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ-କୀର୍ତ୍ତନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିସହ ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳି ମା’ମାନେ ଯେପରି ନିଜର ବ୍ରତ ପାଳନ ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏହାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
କାର୍ତ୍ତିକ ମାସରେ ପୁରୀରେ ଙ୍କ ସଂଖ୍ୟା ବଢ଼ୁଥିବାରୁ ହବିଷ୍ୟାଳି ମା’ ମାନେ ଯେପରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ସେଥିପାଇଁ ଗାଡ଼ି ବ୍ୟବସ୍ଥା କରିବା ସହ ସ୍ବେଚ୍ଛାସେବୀ ମୁତୟନ କରିବା, ଶୃଙ୍ଖଳା ରକ୍ଷା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ ଏବଂ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।
📲Get App