🔥 TRENDING नाचना-जैसलमेर: नाचना लोअर वितरिका में... Police Kill Man Accused of Killing 5 N... Supreme Court asks states to disclose... Jharkhand: Close Relatives Accused of... Jharkhand launches Nasha Mukti Yuva dr... Kerala to Launch Anonymous Anti-Raggin...
04 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଅଟୋକୁ ପିଟିଲା କାର

✍️ Reporter: Deepak Mahapatra 🗓 04 Nov 2026, 01:14 PM 👁 9
Share: 💬 WhatsApp 📘 Facebook 𝕏 Post
ଅଟୋକୁ ସମ୍ମୁଖରୁ ଧକ୍କା ଦେଲା କାର। ଅଟୋଟି ତା’ପଛରେ ଆସୁଥିବା ଆଉ ଏକ ଅଟୋରେ ପିଟି ହେଲା। ଏହି ସିରିଜ୍ ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବିସିପୁର ଛକ ନିକଟରେ।
ଉଦଳା ବୈରାଟପୁର ଅଞ୍ଚଳରୁ ପୂଜା ସାରି ଦୁଇଟି ଅଟୋରେ ଗୋଟିଏ ପରିବାରର ୧୩ ଜଣ ସଦସ୍ୟ ବାରିପଦା ଅଭିମୁଖେ ଫେରୁଥିଲେ। ଅଟୋ ଦୁଇଟି ଆଗପଛ ହୋଇ ଯାଉଥିବା ବେଳେ ବିସିପୁର ଛକ ନିକଟରେ ଘଟିଥିଲା ଦୁର୍ଘଟଣା। କାର୍‌ଟି ବିପରୀତ ଦିଗରୁ ଆସୁଥିବା ବେଳେ ଗୋଟିଏ ଅଟୋକୁ ପିଟି ଥିଲା। କାର ଧକ୍କାରେ ସେହି ଅଟୋଟି ପଛରେ ଆସୁଥିବା ଅନ୍ୟ ଅଟୋରେ ପିଟି ହୋଇଥିଲା। ଫଳରେ ଦୁଇ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୫ ମହିଳା ଓ ୩ ଶିଶୁ ଅଛନ୍ତି।
ପୁଲିସ ଗାଡ଼ିଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
📲Get App