🔥 TRENDING इलाहाबाद प्रकरण को लेकर बेगसराय सिविल... रायबरेली में 17 वर्षीय किशोर का शव नाल... Luthra Brothers to Pay ₹20 Lakh Each t... Goa to File Supreme Court Petition Aga... Goa to Approach Supreme Court Over Sch... Amur Falcons Arrive in Nagaland on The...
03 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଆତ୍ମସମର୍ପଣ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ବିଦ୍ୟାଭାରତୀ

✍️ Reporter: Deepak Mahapatra 🗓 03 Nov 2026, 01:34 PM 👁 12
Share: 💬 WhatsApp 📘 Facebook 𝕏 Post
ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କୋର୍ଟରେ ଆତ୍ମସମର୍ପଣ କରିବା ପରେ ପାରଳାଖେମୁଣ୍ଡି ସବ୍‌ଜେଲ୍ ଗଲେ ବିଦ୍ୟାଭାରତୀ ପଣ୍ଡା। ୧୩ ଦିନ ପାଇଁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଗତ ଅକ୍ଟୋବର ୩୧ ତାରିଖ ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଆଜି (ସେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ. କୋର୍ଟରେ ତାଙ୍କର ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍ ପଠାଯାଇଛି।
ଗତ ୧୧ ଜୁଲାଇ ୨୦୨୧ରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ଭାବେ ପୋଡ଼ି ଯାଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ। ପୋଡିଯାଇଥିଲା । ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଏହାକୁ ଏକ ସଂଗଠିତ ହତ୍ୟାକାଣ୍ଡ ଦର୍ଶାଇ ପତ୍ନୀ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ଏଫ୍‌ଆଇଆର୍ ଦାୟର କରିଥିଲେ।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତତ୍କାଳୀନ ରାଜ୍ୟ ସରକାର ଅଗଷ୍ଟ ୨୦୨୧ରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ତେବେ ଘଟଣାର ଦୀର୍ଘ ୫ ବର୍ଷ ପରେ ବିଦ୍ୟାଭାରତୀ କୋର୍ଟରେ ଆତ୍ମସମର୍ପଣ କରି ଜେଲ୍ ଯାଇଛନ୍ତି।
📲Get App