🔥 TRENDING ਇੰਸਪੈਕਟਰ ਜਸਵੀਰ ਸਿੰਘ ਪਦਉਨਤ ਬਣੇ ਡੀਐਸਪੀ विकसित भारत बनाने के लिए विकसित बिहार... ਕੱਲ੍ਹ ਨੂੰ ਖੇਡਿਆ ਜਾਵੇਗਾ ਨਿਉਜੀਲੈਡ ਅਤੇ ਭਾ... रायपुर में आयोजित नेशनल कराटे चैंपियनश... *“बीदर डिस्ट्रिक्ट पुलिस, औरद-B पुलिस... पिंपळनेरमध्ये गुटखा तस्करी उघड; ३० लाख...
03 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ବିଜେଡ଼ି ନେତା ଶ୍ରୀନାଥ ସୋରେନଙ୍କ ଦାଦାଗିରି, ଯୁବକଙ୍କୁ ନିର୍ଘାତ ପିଟିଲେ ପୂର୍ବତନ ବିଧାୟକ

✍️ Reporter: Deepak Mahapatra 🗓 03 Nov 2026, 01:12 PM 👁 15
Share: 💬 WhatsApp 📘 Facebook 𝕏 Post
ଉଦଳା: ପୁଣି ଥରେ ବିଜୁ ଜନତା ଦଳର ନେତାଙ୍କ ଦାଦାଗିରି ସାମ୍ନାକୁ ଆସିଛି । ପୂର୍ବତନ ବିଜେଡ଼ି ଉଦଳା ବିଧାୟକ ଶ୍ରୀନାଥ ସୋରେନଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ମଝି ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ବିଜେଡ଼ି ନେତା ଜଣେ ଯୁବକଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି । ପୂର୍ବତନ ବିଜେଡି ବିଧାୟକ ଶ୍ରୀନାଥ ସୋରେନ ଏବଂ ଅନ୍ୟ କର୍ମୀ। ଶ୍ରୀନାଥ ସୋରେନ ଙ୍କ ସହିତ ଉଦଳା ବ୍ଲକ ସଭାପତି ଗୋବିନ୍ଦ ବେହେରା, ଜିଲ୍ଲା ଉପ ସଭାପତି ଶଶଧର ସ୍ୱାଇଁ ଙ୍କ ସମେତ ଅନ୍ୟ ବିଜେଡି କର୍ମୀ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଉଦଳା ଥାନା ବୃନ୍ଦାଗଡି ଛକରେ ନିକଟରେ ଗାଡ଼ି ଚଳାଇବାକୁ ନେଇ ଗଣ୍ଡଗୋଳ ହୋଇଛି । ଭରଡ଼ାଡ଼ିହି ଅଞ୍ଚଳର ଦେବାଶିଷ ହାଁସଦା ବାଇକରେ ଆସୁଥିବାବେଳେ ଶ୍ରୀନାଥ ସୋରେନ ଏବଂ ତାଙ୍କ କର୍ମୀମାନେ କାରରେ ହାଟସାହିରୁ ଉଦଳା ଅଭିମୁଖେ ଆସୁଥିଲେ । ରାସ୍ତା ଛାଡ଼ିବାକୁ ନେଇ ବାକ ବିତଣ୍ଡା ହୋଇଥିଲା । ଏହି ସମୟରେ ଦେବାଶିଷଙ୍କୁ ଅତର୍କିତ ଭାବେ ପୂର୍ବତନ ବିଧାୟକ ଏବଂ ଅନ୍ୟ ମାନେ ବାଡ଼ିରେ ନିର୍ଘାତଭାବେ ମାଡ଼ ମାରିଥିଲେ। ଗୋଡେଇ ଗୋଡେଇ ଯୁବକଙ୍କୁ ମାଡ଼ ମାରିଛନ୍ତି, ଏପରିକି ଯୁବକଙ୍କ ମୁଣ୍ଡ ଫଟାଇ ଲହୁଲୁହାଣ କରିଛନ୍ତି।
ମାଡ଼ ମରା ସମୟର ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ପୂର୍ବତନ ବିଧାୟକ ନିଜେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ସେପଟେ ପୂର୍ବତନ ବିଧାୟକ ମାଡ଼ ମାରି ନ ଥିବା କହି ସଫେଇ ଦେଇଛନ୍ତି । ସେ କହିଛନ୍ତି ରାସ୍ତା ନ ଛାଡ଼ିବାକୁ ଯୁକ୍ତି ତର୍କ ହୋଇଥିଲା । ସେ ନିଜର ପରିଚୟ ଦେଇଥିଲେ କିନ୍ତୁ ଦେବାଶିଷ ଏବଂ ତାଙ୍କ ସହିତ ଯୁବକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଉକ୍ତ ଯୁବକ ତାଙ୍କ ମୁଣ୍ଡ ଧରିବାକୁ ସେ ନିଜର ଆତ୍ମସମ୍ମାନ ପାଇଁ ମାରିଥିବା କହିଛନ୍ତି । ଛକରେ ଥିବା ସ୍ଥାନୀୟ ଲୋକେ ଉକ୍ତ ଯୁବକଙ୍କୁ ପିଟିଥିବା ସେ କହିଛନ୍ତି ।
ଏ ନେଇ ଉଦଳା ଥାନାରେ ଅଭିଯୋଗ ହୋଇଛି । ଯୁବକଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବାବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପୋଲିସ ତାଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି ।
📲Get App