🔥 TRENDING Mehbooba Mufti atton Nc and pdp presid... Aligarh News:- जनपद में बड़ी कार्रवाई:... એકતાનગરમાં ભારત પર્વ-૨૦૨૬ની ભવ્ય ઉજવણી... Junior Sports Day Celebrated at The As... Helicopter Flights to Char Dham Suspen... Gold and Silver Prices in Bangalore on...
02 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ଏହି ଜିଲ୍ଲାରେ ପୁଣି ସ୍କୁଲ ଛୁଟି ଘୋଷଣା, ୩ ଯାଏ ବନ୍ଦ ରହିବ

✍️ Reporter: Deepak Mahapatra 🗓 02 Nov 2026, 01:09 PM 👁 18
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲକୁ ଆସନ୍ତା ୩ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି। ଆଜି ଏକ ପ୍ରେସମିଟ୍‌ରେ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭସନ୍। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।
ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଆଜି (ଅକ୍ଟୋବର ୩୧ ତାରିଖ) ପର୍ଯ୍ୟନ୍ତ ଜିଲ୍ଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ଅକ୍ଟୋବର ୨୯ ତାରିଖରେ ଜିଲ୍ଲାପାଳ ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ ସେଥିରେ ଅଙ୍ଗନବାଡ଼ିଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା।
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅଧିକ ପଡ଼ିଥିବା ବେଳେ ସର୍ବାଧିକ କ୍ଷତି ସହିତ ଗଞ୍ଜାମ ଜିଲ୍ଲା। ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲାରେ ବର୍ତ୍ତମାନ୍ ୩୭୦ଟି ଜାଗାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ୫୬ ହଜାର ୫୧ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସବୁ ନଦୀରେ ପାଣି କମିଛି। କିନ୍ତୁ ଏବେ ବି ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି। ଅନ୍ୟପକ୍ଷରେ ଆଗକୁ ପୁଣି ବାତ୍ୟା ବର୍ଷା ହୋଇପାରେ। ଆଗାମୀ ୧୫-୨୦ ଦିନ ପାଇଁ ସବୁ ସ୍ଥାନରେ ଖାଦ୍ୟ ସାମଗ୍ରୀ ରଖାଯିବ। ଗିଡ଼ିପାବାଲିରେ ୧୨ ଜଣ ନିଖୋଜ ହୋଇଯାଇଥିବା ସୂଚନା ପାଇଥିଲୁ। ସେମାନଙ୍କୁ ଖୋଜି ବାହାର କରିବାକୁ କନ୍ଧମାଳ ପଟୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।
ଜିଲ୍ଲାପାଳ କହିଛନ୍ତି ଯେ ସବୁ ବ୍ଲକର ମୁଖ୍ୟ ରାସ୍ତାକୁ ପ୍ରଥମେ ମରାମତି କରାଯାଉଛି। ତା’ ପରେ ଅନ୍ୟ ରାସ୍ତାଗୁଡ଼ିକର ମରାମତି କରାଯିବ। ହିଞ୍ଜିଳିଠୁ ଭଞ୍ଜନଗର ରାସ୍ତାକୁ ମରାମତି କରାଯାଉଛି । RD, NHAI ଓ PWD ସହିତ ଆଲୋଚନା କରି ଯୁଦ୍ଧ କାଳୀନ ଭିତ୍ତିରେ ରାସ୍ତା ମରାମତି କରାଯାଉଛି। ଟାଟା ପାୱାର ସବୁ ବ୍ଲକ ରେ ୨୪ ଘଣ୍ଟା ଭିତରେ ବିଦ୍ୟୁତ ଦେଇଛି। ଆଉ କିଛି ସ୍ଥାନରେ ବାକି ଅଛି। ଆଜି ସନ୍ଧ୍ୟା ଭିତରେ ବାକି ସବୁ ଜାଗାରେ ବିଦ୍ୟୁତ୍‌ ସଂଯୋଗ ଦେବାକୁ ଚେଷ୍ଟା କରାଯିବ। ବର୍ତମାନ ସୁଦ୍ଧା ୮୫ ପ୍ରତିଶତ ବିଦ୍ୟୁତ୍ ସଂଯୋଗ ହୋଇସାରିଛି।
୧୦ଜଣ ବରିଷ୍ଠ ଓଏଏସଙ୍କ ସମେତ ମୋଟ ୩୦ଜଣ ଓଏଏସ୍ ଅଫିସର ଓ ୩ଟି ଇଞ୍ଜିନିୟରିଂ ଟିମ୍ ମଧ୍ୟ ଗଞ୍ଜାମକୁ ପଠାଯାଇଛି। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ ଏହି ଅଫିସରମାନେ ଗଞ୍ଜାମରେ କାର୍ଯ୍ୟ ଜାରି ରଖିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
📲Get App