🔥 TRENDING Mehbooba Mufti atton Nc and pdp presid... Aligarh News:- जनपद में बड़ी कार्रवाई:... એકતાનગરમાં ભારત પર્વ-૨૦૨૬ની ભવ્ય ઉજવણી... Junior Sports Day Celebrated at The As... Helicopter Flights to Char Dham Suspen... Gold and Silver Prices in Bangalore on...
02 Nov 2026•
ગુજરાતી मराठी ਪੰਜਾਬੀ বাংলা
Sports

ସୁନେଲିତା ଟପ୍ପୋ ପାଇବେ ୩୪ତମ ଏକଲବ୍ୟ ପୁରସ୍କାର, ଦିଆଯିବ ୭ ଲକ୍ଷ ଟଙ୍କା ଓ ଟ୍ରଫି

✍️ Reporter: Deepak Mahapatra 🗓 02 Nov 2026, 01:01 PM 👁 18
Share: 💬 WhatsApp 📘 Facebook 𝕏 Post
ବର୍ଷ ୨୦୨୬ ପାଇଁ ଘୋଷଣା କରାଯାଇଛି ସମ୍ମାନଜନକ ଏକଲବ୍ୟ ପୁରସ୍କାର। ହକି ଖେଳାଳି ସୁନେଲିତା ଟପ୍ପୋ ପାଇବେ ୩୪ତମ ଏକଲବ୍ୟ ପୁରସ୍କାର। ଏକଲବ୍ୟ ପୁରସ୍କାର କମିଟି ସର୍ବସମ୍ମତିକ୍ରମେ ନେଇଛି ଏହି ନିଷ୍ପତ୍ତି।
ହକି କ୍ଷେତ୍ରରେ ଜଣେ ଉଦୀୟମାନ ପ୍ରତିଭା ହେଉଛନ୍ତି ସୁନେଲିତା ଟପ୍ପୋ। ହକିରେ ତାଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ସଫଳତା ପାଇଁ ତାଙ୍କୁ ପ୍ରଦାନ କରାଯିବ ଏକଲବ୍ୟ ପୁରସ୍କାର। ଏହି ପୁରସ୍କାର ବାବଦରେ ତାଙ୍କୁ ନଗଦ ୭ ଲକ୍ଷ ଟଙ୍କା ସହିତ ଏକ ଟ୍ରଫି ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏକଲବ୍ୟ ପୁରସ୍କାର ପ୍ରଦାନ ସମାରୋହରେ ତାଙ୍କୁ ଏହି ପୁରସ୍କାର ରାଶି ଓ ଟ୍ରଫି ଦିଆଯିବ।
ଏହା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ ପାଇଁ ହକି ଖେଳାଳି ଅମନଦୀପ ଲାକ୍ରା ଓ ବ୍ୟାଡମିଣ୍ଟନ ଖେଳାଳି ତନଭୀ ପତ୍ରୀଙ୍କୁ ସମ୍ମାନ୍ନିତ କରାଯିବାକୁ ମନୋନୀତ କରାଯାଇଛି। ସେମାନଙ୍କୁ ପ୍ରଶସ୍ତିପତ୍ର ସହିତ ନଗଦ ୧.୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ।
୧୯୯୩ ମସିହାରେ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବୁଲ୍ ଟ୍ରଷ୍ଟ (ଇମ୍ପାକ୍ଟ ) ଦ୍ୱାରା ପ୍ରତିଷ୍ଠିତ ଏବଂ ଭାରତର ସର୍ବବୃହତ ଫେରୋକ୍ରୋମ୍ ଉତ୍ପାଦନକାରୀ କମ୍ପାନୀ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ଦ୍ୱାରା ପରିଚାଳିତ ଏକଲବ୍ୟ ପୁରସ୍କାର ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ କ୍ରୀଡ଼ା ସମ୍ମାନ ଭାବେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଏହି ପୁରସ୍କାର ପ୍ରତିଶ୍ରୁତିବଦ୍ଧ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପୂର୍ବରୁ ଏହି ପୁରସ୍କାର ପାଇଥିବା ଅନେକ କ୍ରୀଡ଼ାବିତ୍ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ହାସଲ କରିଛନ୍ତି।
ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏକଲବ୍ୟ ପୁରସ୍କାର ଓଡ଼ିଶାର ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ବିଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରିଥାଏ।
📲Get App