ପୋଟେରୁ ନଦୀ ନିକଟରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ମାମଲାରେ ୫ ଗିରଫ, ଅଦାଲତ ଚାଲାଣ
ମାଲକାନଗିରି, ୧ ନଭେମ୍ବର : କାଲିମେଳା ଥାନା ଅନ୍ତର୍ଗତ ପୋଟେରୁ ନଦୀ ନିକଟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼ ଆସିଛି। ପୋଲିସର ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରି ପୋଲିସ ଆଜି ଅଦାଲତକୁ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ପ୍ରାରମ୍ଭରେ ଏହି ଘଟଣାକୁ ଅପ୍ରାକୃତିକ ମୃତ୍ୟୁ ମାମଲା ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରାଯାଇଥିଲା। ତେବେ ତଦନ୍ତ ବେଳେ ଏହା ହତ୍ୟା ଘଟଣା ବୋଲି ଜଣାପଡ଼ିବା ପରେ ଲିଖିତ ଅଭିଯୋଗ ଆଧାରରେ କାଲିମେଳା ଥାନାରେ କେସ୍ ନମ୍ବର ୨୭୧/୨୬, ଧାରା ୧୦୩(୧)/୨୩୮/୬୧(୨) ଅନୁଯାୟୀ ହତ୍ୟା ମାମଲା ରୁଜୁ କରାଯାଇଥିଲା।
ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭୀମା ପଡ଼ିଆମୀ (୩୬), କାମା ପଡ଼ିଆମୀ (୪୬), ଦେବା ମାଡ଼ି (୫୨), ମାତା ମାଡ଼ି (୪୮) ଓ ବୁଡ଼ା ମାଡ଼କାମୀ। ସମସ୍ତ ଅଭିଯୁକ୍ତ କାଲିମେଳା ଥାନା ଅନ୍ତର୍ଗତ କୁଟୁଗୁଡ଼ା ଗ୍ରାମର ବାସିନ୍ଦା।
ମୃତ ବୃଦ୍ଧା ହେଉଛନ୍ତି ସୋମା ପଡ଼ିଆମୀ (୬୭)। ସେ କୁଟୁଗୁଡ଼ା, ବାଡ଼ଲି ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ହତ୍ୟାର କାରଣ ସମ୍ପର୍କରେ ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଏନେଇ ପୋଲିସର ତଦନ୍ତ ଜାରି ରହିଛି।