🔥 ट्रेंडिंग हिमंत बिस्वा सरमा ने गुवाहाटी से जोड़न... मेघालय के मंत्री ने इस्तीफा दिया, 11 म... लुईस हैमिल्टन ने पहली बार फेरारी के लि... हृदयानंद प्रुस्ती ने प्रकाशित किया 'बै... त्रिपुरा के मुनिमार दीपावली के लिए मिट... अनिल कपूर ने 'इंडिया के टॉप 1%' के लिए...
01 नव. 2026•
ગુજરાતી मराठी ਪੰਜਾਬੀ বাংলা

ଏମଭି-୩୬ ଗାଁରେ ଡବଲ ମର୍ଡର: ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ୧୨ ବର୍ଷୀୟ ପୁଅ ଗୁରୁତର

✍️ रिपोर्टर: SUKUMAR MANDAL 🗓 01 नव. 2026, 01:38 PM 👁 17
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୦୧/୧୧/୨୦୨୬: ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଏମଭି-୩୬ ଗ୍ରାମରେ ଘଟିଛି ଏକ ଅଭାବନୀୟ ହତ୍ୟାକାଣ୍ଡ। ଘରୋଇ କଳହକୁ କେନ୍ଦ୍ର କରି ଜଣେ ପଡ଼ୋଶୀଙ୍କ ଆକ୍ରମଣରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ୧୨ ବର୍ଷୀୟ ପୁଅ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୩ଟା ସମୟରେ ଅଭିଯୁକ୍ତ ବିଶଙ୍କର ମଣ୍ଡଳ ଏକ ପଡ଼ୋଶୀ ଘରର ଗ୍ରୀଲ୍ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା। ସେଠାରେ ଶୋଇଥିବା ରବିନ୍ଦ୍ର ନାଥ ସରକାରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ତାଙ୍କ ଚିତ୍କାର ଶୁଣି ପତ୍ନୀ ରେବା ସରକାର ଓ ପୁଅ ଆସିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।

ଏହି ଆକ୍ରମଣରେ ରବିନ୍ଦ୍ର ନାଥ ସରକାର ଓ ତାଙ୍କ ପତ୍ନୀ ରେବା ସରକାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ପୁଅକୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ପାଇ ଓର୍କେଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିବା ଓର୍କେଲ ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସି ତଦନ୍ତରେ ସହଯୋଗ କରିବା ନେଇ ଜଣାପଡ଼ିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ପ୍ରକୃତ କାରଣ କ'ଣ, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ।
📲Get App