🔥 ट्रेंडिंग કેશરપુરા ગામમાં નવી કામગીરી શરૂ, જોખમી... पाली ज्ञान मंदिर उच्च विद्यालय के छात्... 4ನೇ ಬಾರಿ ರಕ್ತದಾನ ಮಾಡಿದ ಜಾಲಹಳ್ಳಿಯ ಬಸವರಾ... जालौर गजेंद्र सिंह बने ,वादन वादी के... पश्चिम बंगाल में ईसाई परिवारों पर उग्र... पश्चिम बंगाल के नए राज्यपाल की नियुक्त...
31 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ତରକାରି ପାଇଁ ସ୍ତ୍ରୀଙ୍କୁ ହାଣି ଦେଲେ ସ୍ୱାମୀ

✍️ रिपोर्टर: Deepak Mahapatra 🗓 31 अक्टू. 2026, 12:31 PM 👁 14
शेयर करें: 💬 WhatsApp 📘 Facebook 𝕏 Post
ସାମାନ୍ୟ ତରକାରିକୁ ନେଇ ହୋଇଥିବା କଳହ ନେଲା ଭୟଙ୍କର ରୂପ। ଶୋଇଥିବା ଅବସ୍ଥାରେ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ। ଏମିତି ଏକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଲୁଲା ପଞ୍ଚାୟତର ପଦୁଗୁଡ଼ା ଗାଁରୁ।
ମୃତ ମହିଳାଙ୍କ ନାଁ ହେଉଛି କବିତା ସାଉନ୍ତା। ତାଙ୍କୁ ୩୨ ବର୍ଷ ହୋଇଥିଲା। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ରାବ ସାଉନ୍ତା।
ଗତକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତରକାରିକୁ ନେଇ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ କବିତା ଶୋଇଥିବା ବେଳେ ରାବ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
ଘଟଣା ସମ୍ପର୍କରେ ଖବର ପାଇ କୋରାପୁଟ ଏସ୍‌ଡିପିଓ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ଖୋଳତାଡ଼ ଜାରି ରଖିଛି। ସାମାନ୍ୟ କଥାରୁ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ଅଭିଯୋଗ ହୋଇଥିବା ବେଳେ ସେମାନଙ୍କର ୩ ଛୁଆ କେମିତି ଚଳିବେ, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ।
📲Get App