🔥 TRENDING IIT Kanpur to Build and Run ₹104 Crore... सहसवान के सैफुल्लागंज‑गोपालगंज मार्ग क... ગાંધીધામ રેલવે સ્ટેશન બહાર ટ્રક ટક્કરથ... भोर तालुका, करंजगाव येथे 12‑13 फूट लां... दरभंगा तारामंडल में स्थापित होगी इसरो... दरभंगा तारामंडल में स्थापित होगी इसरो...
31 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ରାଜଧାନୀ ଭୁବନେଶ୍ୱରରେ ଚଳିତ ସିଜିନର ପ୍ରଥମ କୁହୁଡ଼ି ଅନୁଭୂତ

✍️ Reporter: Deepak Mahapatra 🗓 31 Oct 2026, 12:59 PM 👁 14
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଚଳିତ ସିଜିନର ପ୍ରଥମ ଘନ କୁହୁଡ଼ି ଚାଦର ଭୁବନେଶ୍ୱରକୁ ଢାଙ୍କି ଦେଇଛି। ଆଜି ସକାଳୁ ସକାଳୁ ସହରର ବିଭିନ୍ନ ସ୍ଥାନରେ କୁହୁଡ଼ିର ଏକ ମୋଟା ଆସ୍ତରଣ ଦେଖିବାକୁ ମିଳିଛି, ଯାହା ଫଳରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ପ୍ରାୟ ୧୫୦ ମିଟରକୁ ହ୍ରାସ ପାଇଛି। ଯାହା ଚଳିତ ଶୀତ ଋତୁର ପ୍ରାରମ୍ଭକୁ ସୂଚାଉଛି। କୁହୁଡ଼ିର ମୋଟା ଆସ୍ତରଣ ଯୋଗୁଁ ରାସ୍ତାଘାଟ ସ୍ପଷ୍ଟ ଦେଖାଯାଉ ନାହିଁ।
ଜାତୀୟ ରାଜପଥ (NH-16) ଏବଂ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଗାଡ଼ି ଚଳାଚଳ ମାନ୍ଦା ପଡ଼ିଯାଇଛି। ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଚାଳକମାନେ ନିଜ ଗାଡ଼ିର ହେଡ୍‌ଲାଇଟ୍ ଓ ଫଗ୍ ଲାଇଟ୍ ଜଳାଇ ଧୀର ଗତିରେ ଯାତ୍ରା କରୁଛନ୍ତି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ଏବଂ କମ୍ ପବନ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ଦିନରେ ଓଡ଼ିଶାର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ଯ ଶୀତ ବଢ଼ିବା ସହ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି।
ତେବେ କୁହୁଡ଼ି ଯୋଗୁ ସକାଳ ସମୟରେ ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ, ନିଜ ଗାଡ଼ିର ଫଗ୍ ଲାଇଟ୍ ବ୍ୟବହାର କରନ୍ତୁ ଏବଂ ଅନ୍ୟ ଗାଡ଼ିଠାରୁ ନିରାପଦ ଦୂରତା ବଜାୟ ରଖନ୍ତୁ ।
📲Get App