🔥 TRENDING ધારી તાલુકાના મોણવેલ ગામે કિસાન ઉત્સવ... Sikkim Conducts Recce Ahead of 2026 Ad... Sikkim Arts & Literature Festival 2026... Father Beaten to Death After Arriving... Four Reserved Festival Special Trains... Rain brings chill to Delhi, residents...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବିପଦ ସଙ୍କେତ ଉପରେ ଜଳକା, ଋଷିକୂଲ୍ୟା ଓ ଘୋଡ଼ାହାଡ଼ ନଦୀ ଜଳ ସ୍ତର

✍️ Reporter: Deepak Mahapatra 🗓 30 Oct 2026, 04:11 PM 👁 19
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ସିନା ଚାଲି ଯାଇଛି, ହେଲେ ଛାଡ଼ି ଯାଇଛି ଦୁର୍ଦ୍ଦଶା । ସେପଟେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜଳକା, ଋଷିକୁଲ୍ୟା ଓ ଘୋଡ଼ାହାଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ତଳିଆ ଅଞ୍ଚଳରେ ଛନକା ପଶିଛି ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନିଠାରେ ଜଳକା ନଦୀର ଜଳ ସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ ୬.୫୦ ମିଟର ଥିବବେଳେ ଏବେ ଜଳସ୍ତର ୬.୫୮ ମିଟର ଉପରେ ରହିଛି ।
ସେପଟେ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀର ବନ୍ୟା ଜଳ ବହୁ ଉଚ୍ଚରେ ପ୍ରବାହିତ ହେଉଛି । ପୁରୁଷୋତ୍ତମପୁର ନିକଟରେ ବିପଦ ସଂକେତ ୧୬.୮୩୫ ମିଟର ଥିବାବେଳେ ଏବେ ଜଳସ୍ତର ୧୮.୨୮୦ ମିଟର ରହିଛି ।
ସେହିପରି ଘୋଡ଼ାହାଡ଼ ନଦୀର ବନ୍ୟା ଜଳ କୁରୁଲା ନିକଟରେ ବନ୍ୟା ପାଣି ବିପଦ ସଙ୍କେତ ଟପିଛି । କୁରୁଲା ନିକଟରେ ବିପଦ ସଂକେତ ୩୨.୮୪ ମିଟର ରହିଥିବାବେଳେ ଏବେ ଜଳସ୍ତର ୩୪.୦୮ ମିଟର ରହିଛି ।
ଅନ୍ୟପକ୍ଷେ ବର୍ଷା ଛାଡ଼ିବା ପରେ ବିଭିନ୍ନ ସ୍ଥାନରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । କେଉଁଠି ରାସ୍ତାଘାଟ ଧୋଇ ଯାଇଛି ତ ଆଉ କେଉଁଠି ଲୋକଙ୍କ ଘରେ ବର୍ଷା ପାଣି ପଶି ସବୁ କିଛି ଛାରଖାର କରିଦେଇଛି । ସେହିପରି ଏକର ଏକର ଚାଷ ଜମିରେ ବର୍ଷା ପାଣି ଭରି ରହିଛି । ଫଳରେ ପାଚିଲା ଧାନ ସହିତ ପନିପରିବା ମଧ୍ୟ କ୍ଷତି ହୋଇଛି ।
📲Get App