🔥 ट्रेंडिंग गरुण सेना परिवार में रिंकू पाठक को शाह... जिला प्रभारी डॉ. सत्येन्द्र सिन्हा ने... માંગરોળમાં કિસાન સન્માન નિધિના 24મો હપ... केंद्रीय कृषि मंत्री शिवराज सिंह चौहान... અમદાવાદમાં 570 કરોડના ખર્ચે 175 મીટર ઊ... वाराणसी में समाजवादी व्यापार सभा का 18...
30 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସରଙ୍କୁ ଛୁରାମାଡ଼

✍️ रिपोर्टर: Deepak Mahapatra 🗓 30 अक्टू. 2026, 03:34 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଶୁକ୍ରବାର ଛୁରୀରେ ଆକ୍ରମଣ କରାଯାଇଛି। ତାଙ୍କ ପେଟରେ ଆଘାତ ଲାଗିଛି। ତେବେ ସେ ବିପଦମୁକ୍ତ ଥିବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।
ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ପୂର୍ବରୁ ବିଶ୍ୱବିଦ୍ୟାଳୟରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ତାଙ୍କ ନାଁ କୃପା ବାଗ ବୋଲି ଜଣାପଡ଼ିଛି। ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କିଛି ଦିନ ତଳେ ତାଙ୍କୁ ଚାକିରିରୁ ବାହାର କରାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ସେ ଯୋଜନାବଦ୍ଧ ଭାବେ ପ୍ରଫେସର ଶ୍ରୀ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟ ପରିସରରେ ତାଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ।
ପରିବାର ଲୋକଙ୍କ ସୂଚନା ଅନୁସାରେ, ଆଜି ପ୍ରଫେସର ସତ୍ୟନାରାୟଣ ସାହୁ ରସାୟନ ବିଜ୍ଞାନ ବିଭାଗକୁ ପ୍ରବେଶ କରୁଥିବା ସମୟରେ କୃପା ବାଗ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଅଭିଯୁକ୍ତ ପୂର୍ବରୁ ସେଠାରେ ଛକି ରହିଥିଲେ। ସେ ଛୁରୀରେ ପ୍ରଫେସରଙ୍କ ଛାତିକୁ ଆକ୍ରମଣ କରିଥିଲେ। ତେବେ ପ୍ରଫେସର ତାଙ୍କ ହାତକୁ ଧରି ପକାଇଥିଲେ। ଆଉ ଅଳ୍ପ ସମୟର ଧସ୍ତାଧସ୍ତି ଭିତରେ ଛୁରୀଟି ତାଙ୍କ ପେଟରେ ବାଜିଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା।
📲Get App