🔥 TRENDING हमीरपुर में इंसाफ की गुहार! पति एक साल... 32 Arrested in Assam’s Statewide Crack... public prosecutor was ambushed and ass... More than 700 deaths recorded from res... New Gecko Species Identified in Umrang... Respiratory illnesses lead Mizoram's m...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି; ଅନାସ୍ଥା ପ୍ରସ୍ତାବ ଖାରଜ

✍️ Reporter: Deepak Mahapatra 🗓 29 Oct 2026, 01:53 PM 👁 13
Share: 💬 WhatsApp 📘 Facebook 𝕏 Post
କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ବିବାଦ ପ୍ରସଙ୍ଗରେ ଆସିଛି ବଡ଼ ଖବର। ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ଚାମେଲୀ ଓଝାଙ୍କ ସପକ୍ଷରେ ରାୟ ଆସିବା ପରେ ତାଙ୍କୁ ଆଶ୍ୱସ୍ତି ମିଳିଛି।
ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ବେଳେ ଏହାର ପ୍ରକ୍ରିୟାକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏନେଇ ସେ ଅଦାଲତରେ ଆବେଦନ କରିଥିଲେ। ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି।
କୋର୍ଟଙ୍କ ଏହି ରାୟ ପରେ ଚାମେଲୀ ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଅସିଦ୍ଧ ହୋଇଛି। ଏହି ରାୟକୁ ନେଇ ସରପଞ୍ଚ ଚାମେଲୀ ଓଝାଙ୍କ ବିବାଦ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି।
📲Get App