🔥 TRENDING Samajwadi Party Gains Ground in Uttar... ठाण्यात शिवसेनेच्या वतीने जाहीर निषेध... हथ्रास जिले के राजपुर गाँव में मनिश और... NDA Triumphs in 4-State MLC Polls, Con... Praful Patel Slams Sunetra After MLC E... गैलेंट्री अवार्ड से सम्मानित वैशाली पु...
28 Oct 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରିକୁ ମରୁଡ଼ି ଜିଲା ଘୋଷଣା ଦାବିକଲା ଜାତୀୟ କଂଗ୍ରେସ ଦଳ। ଛଅଦଫା ଦାବିନେଇ କାଲିମେଳା ଠାରେ କଂଗ୍ରେସ ର ଶୋଭାଯାତ୍ରା।

✍️ Reporter: SUKUMAR MANDAL 🗓 28 Oct 2026, 09:05 PM 👁 16
Share: 💬 WhatsApp 📘 Facebook 𝕏 Post
କାଲିମେଳା ତା ୨୮/୧୦

ମାଲକାନଗିରି ଜିଲାର ବିଭିନ୍ନ ସମସ୍ୟା ବିଶେଷକରି ଚାଷୀ ପ୍ରସଙ୍ଗକୁ ନେଇ ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର କାଲିମେଳା ଠାରେ ବିଶାଳ ଶୋଭାଯାତ୍ରା ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଜାଇଛି। ମାଲକାନଗିରିକୁ ସମ୍ପୂର୍ଣ୍ଣ ମରୁଡ଼ି ଜିଲା ଘୋଷଣା, ଚାଷୀଙ୍କ ରଣଛାଡ଼, ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା, ଏମଏମ୍‌ଡିଆର୍ ଆଇନ ରଦ୍ଦ, ଏସ ଆଇ ଆର ପ୍ରକ୍ରିୟା ବାତିଲ ସମେତ ୬ ଦଫା ଦାବି ନେଇ କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିଛି। କାଲିମେଳା ହାଟପଦା ନିକଟରୁ କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି କଂଗ୍ରେସ ଭବନ ନିକଟରେ ପହଞ୍ଚୁଥିଲା। ପରେ କଂଗ୍ରେସ ଭବନ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

କଂଗ୍ରେସ ନେତାଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ମାଲକାନଗିରି ଜିଲାରେ ଆବଶ୍ୟକ‌ତା ଅନୁସାରେ ବର୍ଷ ହୋଇ ନ ଥିବାରୁ ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଯେତିକି ଚାଷ ହୋଇଥିଲା, ପରବର୍ତ୍ତୀ ସମୟରେ ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ ଚାଷଜମିରେ କ୍ଷୟକ୍ଷତି ଘଟିଛି। ତେଣୁ ମାଲକାନଗିରି କୁ ତୁରନ୍ତ ସମ୍ପୂର୍ଣ ମରୁଡ଼ି ପ୍ରଭାବିତ ଜିଲା ଘୋଷଣା କରିବା ସହ ଚାଷୀଙ୍କ ୬ ଦଫା ଦାବିରେ କାଲିମେଳା ରେ କଂଗ୍ରେସର ଶୋଭାଯାତ୍ରା

ଋଣଛାଡ଼ କରିବାକୁ କଂଗ୍ରେସ ଦାବି କରିଛି। ଚାଷୀଙ୍କ ଫସଲ କ୍ଷତିର ଉପଯୁକ୍ତ କ୍ଷତିପୂରଣ, କୃଷି ସହାୟତା ଏବଂ ଆବଶ୍ୟକ ସାର, ବିହନ ଓ କୀଟନାଶକ ଯୋଗାଣ ଉପରେ ମଧ୍ୟ ଦଳ ଗୁରୁତ୍ବ ଦେଇଛି ସେହିପରି ଦରଦାମ ବୃଦ୍ଧିକୁ ନେଇ ମଧ୍ୟ କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଏଥିସହ ଶିକ୍ଷା ବିଭାଗର ବିଭିନ୍ନ ପ୍ରସଙ୍ଗ ଉଠାଇ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି। ମରୁଡ଼ି ଘୋଷଣା ପ୍ରସଙ୍ଗରେ ଜିଲା ପ୍ରଶାସନକୁ ୧୫ ଦିନର ସମୟସୀମା ଦେଇଛି କଂଗ୍ରେସ । ଏହି ସମୟ ମଧ୍ୟରେ ମାଲକାନଗିରିକୁ ମରୁଡ଼ି ଜିଲା ଘୋଷଣା ନ କରାଗଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। କାର୍ଯ୍ୟକ୍ରମରେ ନବରଙ୍ଗପୁର ଲୋକ ସଭା ପ୍ରଭାରୀ ତଥା ପୂର୍ବତନ ଏମ୍‌ପି ନକୁଳ ନାୟକ, ଜିଲା ପର୍ଯ୍ୟବେକ୍ଷକ ମୁନା ତ୍ରିପାଠୀ, ଜିଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ, ପୂର୍ବତନ ଜିଲା ସଭାପତି ଗୋବିନ୍ଦ ପାତ୍ରଙ୍କ ସମେତ କାଲିମେଳା ର କଂଗ୍ରେସ ନେତା ମାଲା ମାଢ଼ି , ଜିଲ୍ଳା ସମ୍ପାଦକ ପଦ୍ମ ପାଙ୍ଗି ଓ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
📲Get App