🔥 TRENDING ਅਮਰੀਕਾ ਨੇ ਬੈਨ ਕਰ''ਤੀ ਵੀਜ਼ਾ ਫ੍ਰੀ ਐਂਟਰੀ... उपमुख्यमंत्री राजेन्द्र शुक्ल ने जयप्र... अदलहाट इब्राहिमपुर में पानी सप्लाई पर... सर्वजन कल्याण शिक्षण संस्थान को राष्ट्... જૂનાગઢ પોલીસે રાજસ્થાની ટ્રાન્સપોર્ટથી... महर्षि वाल्मीकि जयंती पर शक्तिफार्म मे...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା 'ଅର୍ଣ୍ଣବ'; ଓଡ଼ିଶାରେ ଦେଖାଇଲାଣି ପ୍ରଭାବ

✍️ Reporter: Deepak Mahapatra 🗓 27 Oct 2026, 12:55 PM 👁 18
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅର୍ଣ୍ଣବ' ଆଜି ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହା ଏବେ ଗୋପାଳପୁରଠାରୁ ଦକ୍ଷିଣରେ ୩୮୦ କିମି ଦୂରରେ ଥିବା ବେଳେ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଠାରୁ ଦକ୍ଷିଣ ପୂର୍ବରେ ୩୦୦ କିମି ଦୂରରେ ରହିଛି।
ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଘଣ୍ଟା ପ୍ରତି ୨୫ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ।
ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ ରୁ ୧୩୫ କିମି ରହିଥିବା ବେଳେ ଝଟକା ପବନର ବେଗ ଘଣ୍ଟାପ୍ରତି ୧୫୦ କିମି ଯାଏ ରହୁଛି। ଆସନ୍ତା କାଲି ପୂର୍ବାହ୍ନରେ ଆନ୍ଧ୍ରର ବାପଟଲା ଓ ବିଶାଖାପଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିମି ରହିପାରେ। ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୦ କିମି ପର୍ଯ୍ୟନ୍ତ ରହିପାରେ।
ଓଡ଼ିଶାରେ ଦେଖା ଦେଲାଣି ବାତ୍ୟା ଅର୍ଣ୍ଣବର ପ୍ରଭାବ । ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଝିପିଝିପି ବର୍ଷା ହେଉଛି। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଦଳିଛି ପାଇଁ। ଏଠାରେ ବର୍ଷା ହେଉଛି।
ବର୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଓ ଗଞ୍ଜାମରେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଆଜି ଓ ଆସନ୍ତାକାଲି ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପୁରୀ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା କରାଯାଇଛି।
📲Get App