🔥 TRENDING ਅਮਰੀਕਾ ਨੇ ਬੈਨ ਕਰ''ਤੀ ਵੀਜ਼ਾ ਫ੍ਰੀ ਐਂਟਰੀ... उपमुख्यमंत्री राजेन्द्र शुक्ल ने जयप्र... अदलहाट इब्राहिमपुर में पानी सप्लाई पर... सर्वजन कल्याण शिक्षण संस्थान को राष्ट्... જૂનાગઢ પોલીસે રાજસ્થાની ટ્રાન્સપોર્ટથી... महर्षि वाल्मीकि जयंती पर शक्तिफार्म मे...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
National

ଓଡ଼ିଶାରେ ବିକାଶର ନୂଆ ଫର୍ଦ୍ଦ: ରାଜ୍ୟର ୯ ଜିଲ୍ଲା ଦେଇ ଯିବ ଖଡ଼ଗପୁର-ଅମରାବତୀ ହାଇସ୍ପିଡ୍ କରିଡର, ନିର୍ମାଣ ହେବ ୫୩୨ କିମି ଏକ୍ସପ୍ରେସୱେ

✍️ Reporter: Deepak Mahapatra 🗓 27 Oct 2026, 12:58 PM 👁 16
Share: 💬 WhatsApp 📘 Facebook 𝕏 Post
ଓଡ଼ିଶାର ଯୋଗାଯୋଗ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ନୂଆ ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି। ରାଜ୍ୟର ଉତ୍ତର ଭାଗ ସହ ଦକ୍ଷିଣକୁ ସିଧାସଳଖ ଯୋଡ଼ିବା ପାଇଁ ୯ଟି ଜିଲ୍ଲା ଦେଇ ପ୍ରାୟ ହାଇସ୍ପିଡ୍ ଏକ୍ସପ୍ରେସୱେ ନିର୍ମାଣ ହେବାକୁ ଯାଉଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପ୍ରସ୍ତାବିତ ୧୧୧୯କିମି ଦୀର୍ଘ ଖଡ଼ଗପୁର-ଅମରାବତୀ ହାଇସ୍ପିଡ୍ କରିଡ଼ରର ପ୍ରାୟ ଅର୍ଦ୍ଧେକ ଅଂଶ(୫୩୨କିମି ରାସ୍ତା) କେବଳ ଓଡ଼ିଶା ମାଟିରେ ନିର୍ମାଣ ହେବାକୁ ସ୍ଥିର ହୋଇଛି। ଏହି ହାଇସ୍ପିଡ୍ ଏକ୍ସପ୍ରେସୱେ ପ୍ରକଳ୍ପକୁ ଆଗେଇ ନେବା ପାଇଁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଏହି ଏକ୍ସପ୍ରେସୱେ ପଶ୍ଚିମବଙ୍ଗର ଖଡ଼ଗପୁର ନିକଟସ୍ଥ ଖଡ଼ଗପୁର-ମୋରଗ୍ରାମ ଇକୋନୋମିକ୍ କରିଡର ଜଙ୍କସନରୁ ଆରମ୍ଭ ହୋଇ ଆନ୍ଧ୍ରପ୍ରଦେଶର ଅମରାବତୀ ଆଉଟର ରିଙ୍ଗ ରୋଡ୍ ପର୍ଯ୍ୟନ୍ତ ସଂଯୋଗ କରିବ। ମୋଟ ୧୧୧୯ କିମି ହାଇସ୍ପିଡ୍ ଏକ୍ସପ୍ରେସୱେ ମଧ୍ୟରୁ ପଶ୍ଚିମବଙ୍ଗରେ ୬୫ କିମି, ଝାଡ଼ଖଣ୍ଡରେ ୬୩ କିମି ଓ ଆନ୍ଧ୍ରପ୍ରଦେଶରେ ୪୫୯ କିମି ରହିଥିବାବେଳେ ଓଡ଼ିଶା ଦେଇ ସର୍ବାଧିକ ୫୩୨ କିମି ରାସ୍ତା ଅତିକ୍ରମ କରିବ।
ପରିବେଶ ଓ ବନ୍ୟଜନ୍ତୁ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି କରିଡରଟି ଶିମିଳିପାଳ ଜାତୀୟ ଉଦ୍ୟାନକୁ ସମ୍ପୂର୍ଣ୍ଣ ବାଇପାସ୍ କରିବ। ଏହା ଝାଡ଼ଖଣ୍ଡ ସୀମାନ୍ତ ବୁଢ଼ାଟୋଲା ଦେଇ ଓଡ଼ିଶାରେ ପ୍ରବେଶ କରିବା ସହ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ଦେଇ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ମାନ୍ୟମ୍ ଜିଲ୍ଲାରେ ପ୍ରବେଶ କରିବ। ଏହାପରେ ପୁନର୍ବାର କୋରାପୁଟ ଜିଲ୍ଲା ଦେଇ ଆନ୍ଧ୍ରପ୍ରଦେଶକୁ ଯିବ। ଏଥିସହ ଓଡ଼ିଶା ଭିତରେ ଥିବା ପ୍ରାୟ ୧୨ କିମି ଅଂଶ ପୂର୍ବରୁ ନିର୍ମିତ ରାୟପୁର-ବିଶାଖାପାଟଣା ଇକୋନୋମିକ୍ କରିଡରକୁ ଉପଯୋଗ କରିବ।
ଏହି Amaravati ଏକ୍ସପ୍ରେସୱେ ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଏହାର ଅଂଶୀଦାରମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ନିମନ୍ତେ ପ୍ରାଥମିକତା ଭିତ୍ତିରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପନ୍ନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ସେହିପରି କେନ୍ଦୁଝର ଜିଲ୍ଲାରେ ଚାଲିଥିବା ରେଳବାଇ ସମ୍ପ୍ରସାରଣକୁ ଏହି ଏକ୍ସପ୍ରେସୱେ ଯୋଜନାରେ ସମନ୍ୱିତ କରାଯାଇଛି। ଗଜପତି ଜିଲ୍ଲାର ଅଡ଼ବା ନିକଟରେ ଗୋପାଳପୁର-ରାମନାଗୁଡ଼ା ରେଳ ଲାଇନ ସହ ପ୍ରାୟ ୧୫ କିମି ସମାନ୍ତରାଳ ଭାବେ ରହିବ। ପାରଳାଖେମୁଣ୍ଡି-ଥେରୁବାଲି ରେଳପ୍ରକଳ୍ପ ସମ୍ପର୍କରେ ମଧ୍ୟ ବୈଠକରେ ବିଚାରବିମର୍ଶ ହୋଇଛି ଏହି ଏକ୍ସପ୍ରେସୱେକୁ ନେଇ ରାଜ୍ୟ ଜଳସମ୍ପଦ ବିଭାଗ ଓ ଜାତୀୟ ରାଜପଥ ଶାଖା ପକ୍ଷରୁ କୌଣସି ଆପତ୍ତି ନଥିବାବେଳେ ବୈଠକରେ ଯୋଗଦେଇଥିବା ସମସ୍ତ ଅଧିକାରୀ ପ୍ରସ୍ତାବିତ ଆଲାଇନମେଣ୍ଟ ଉପରେ ସହମତି ଜଣାଇଛନ୍ତି। ଏହି କରିଡରର କେଏମଏଲ୍ ତଥ୍ୟ ସମସ୍ତ ବିଭାଗକୁ ପ୍ରଦାନ କରାଯାଇ ସାତ ଦିନ ମଧ୍ୟରେ ମତାମତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବିଶାଳ ହାଇସ୍ପିଡ୍ କରିଡର କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ଦୂରଦୂରାନ୍ତ ଜିଲ୍ଲାଗୁଡ଼ିକ ମଧ୍ୟରେ ଯାତାୟାତ ସମୟ ଯଥେଷ୍ଟ ହ୍ରାସ ପାଇବା ସହିତ ରାଜ୍ୟରେ ଶିଳ୍ପ, ବାଣିଜ୍ୟ, ନିଯୁକ୍ତି ଓ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।
📲Get App