🔥 TRENDING ખાંભા તાલુકાના ડેડાણ ગામમાં બસ સ્ટેન્ડ... જેલમાં બંધ AAP ધારાસભ્ય ચૈતર વસાવાને 3... Original Sing launches festive track “... Rahman's 'Ramayana' Song Sparks Debate... સુરતમાં પોલીસ શી-ટીમને મહિલાઓની સુરક્ષ... Goa Welcomes Warren Alemao to Congress...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ‘ଅର୍ଣ୍ଣବର ମୁକାବିଲା ପାଇଁ ବିଏମସିର ବଡ ପ୍ରସ୍ତୁତି, କାର୍ଯ୍ୟରେ ଅବହେଳା କଲେ ନିଲମ୍ବନ ପାଇଁ ମେୟର ଦେଲେ ଚେତାବନୀ

✍️ Reporter: Deepak Mahapatra 🗓 27 Oct 2026, 01:31 PM 👁 17
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଓ ପ୍ରବଳ ବର୍ଷା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆକ୍ସନ ମୋଡ୍‌ରେ ରହିଛି।
ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି BMCର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। କାର୍ଯ୍ୟରେ ଅବହେଳା କଲେ ନିଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସ୍ଥିତିର ମୁକାବିଲା ପାଇଁ ବିଏମସି ପକ୍ଷରୁ ଏକ ଜରୁରିକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଖୋଲା ନାଳଗୁଡ଼ିକୁ ବାରିକେଡ୍ କରାଯାଉଛି ।ବାତ୍ୟା ସମୟରେ ଜଳବନ୍ଦୀ ସମସ୍ୟା ଓ ରାସ୍ତା ଅବରୋଧ ରୋକିବା ଉପରେ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ପମ୍ପ ଓ ଅପରେଟର ମୁତୟନ ସହ ରାତିରେ ମଧ୍ୟ ପମ୍ପ ଚାଲୁ ରଖିବାକୁ କୁହାଯାଇଛି।
ତୋରଣ, ରାସ୍ତା ମଝିରେ ଥିବା ବାଉଁଶ ଏବଂ ଅସ୍ଥାୟୀ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ୱାର୍ଡରେ ଜଣେ ଇଞ୍ଜିନିୟରଙ୍କୁ ଦାୟିତ୍ୱ ଦିଆଯିବ। ଏଥିସହ ମୁଖ୍ୟ ରାସ୍ତାର ଷ୍ଟ୍ରିଟ୍‌ ଲାଇଟ୍‌ ତୁରନ୍ତ ମରାମତି କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ଓ ଅନ୍ୟ ଟିମ୍‌କୁ ସଜାଗ କରାଯାଇଛି।
📲Get App