🔥 TRENDING पूर्व मर्चेंट नेवी अधिकारी ने सआदतगंज... AAP Sarpanch's Son Shot Dead Near Amri... ਲੁਧਿਆਣਾ ਵਿੱਚ ਸੰਤ ਬਾਬਾ ਅਮਰੀਕ ਸਿੰਘ ਜੀ ਅਤ... Six Arrested in Nagaon’s Kachua Amid C... Dhubri Police Arrest 64 Individuals in... IIT Patna students win Flipkart Grid 2...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Religion

ବରଗଡ଼ ଧନୁଯାତ୍ରା; କଂସ ଭୂମିକାରୁ ଓହରିଲେ ସୁଶୀଲ ମେହେର

✍️ Reporter: Deepak Mahapatra 🗓 27 Oct 2026, 01:02 PM 👁 13
Share: 💬 WhatsApp 📘 Facebook 𝕏 Post
ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ସୁଶୀଲ ମେହେର ନେଲେ ବଡ଼ ନିଷ୍ପତ୍ତି। ୨୦୨୬-୨୭ ବର୍ଷ ଧନୁଯାତ୍ରା ପୂର୍ବରୁ ସେ କଂସ ଭୂମିକାରେ ଅଭିନୟ କରିବେ ନାହିଁ ବୋଲି କଲେ ଘୋଷଣା। ଗତ ବର୍ଷର ଧନୁଯାତ୍ରାରେ ତାଙ୍କର ଅଭିନୟକୁ ନେଇ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ବିବାଦରେ ଅତିଷ୍ଠ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।
୨୦୨୫-୨୬ ବର୍ଷ ଧନୁଯାତ୍ରା ପୂର୍ବରୁ କଂସ ଭୂମିକାରେ ଅଭିନୟ କରିବା ପାଇଁ ସୁଶୀଲ ମେହେରଙ୍କୁ ଚୟନ କରାଯାଇଥିଲା। ନିୟମ ରହିଛି, ଥରେ ଚୟନ ହେଲେ ଜଣେ ୩ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ। ତେବେ ଗତ ଥର ସୁଶୀଲଙ୍କ ଅଭିନୟ ଭଲ ନଥିଲା ବୋଲି ଆସିଥିଲା ଅଭିଯୋଗ । ଏନେଇ ବିବାଦ ମଧ୍ୟ ଦେଖାଯାଇଥିଲା। କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ଧନୁଯାତ୍ରା ମହୋତ୍ସବ ସମିତିର ପ୍ରଥମ ବୈଠକରେ ସୁଶୀଲ ମେହେରଙ୍କୁ ବଦଳାଇବା ପାଇଁ ବିଭିନ୍ନ କମିଟି ପକ୍ଷରୁ ଦାବି ଉଠିଥିଲା। ଏନେଇ ୧୫ ଦିନ ଭିତରେ ନିଷ୍ପତ୍ତି ଜଣାଇବାକୁ କହିଥିଲା ଧନୁଯାତ୍ରା ମହୋତ୍ସବ ସମିତି। ତେବେ ତା’ ପୂର୍ବରୁ ଶ୍ରୀ ମେହେର କଂସ ଭୂମିକାରେ ଅଭିନୟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।
ନିଜ ନିଷ୍ପତ୍ତି ବିଷୟରେ ସେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ତଥା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି।
ଶ୍ରୀ ମେହେର ତାଙ୍କ ଚିଠିରେ ଲେଖିଛନ୍ତି, ଗତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ କଳାକାର ଚୟନ ପ୍ରକ୍ରିୟାରେ ଯୋଗ ଦେଇ ମହାରାଜ କଂସ ଭୂମିକାରେ ଅଭିନୟ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ୩ ବର୍ଷ ପର୍ଯ୍ୟନ୍ତ ଅଭିନୟ କରିବାକୁ ପାଇଁ ଚୁକ୍ତିବଦ୍ଧ ହୋଇଥିଲି। ୭୮ତମ ବର୍ଷ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରି ଜନସାଧାରଣଙ୍କଠାରୁ ବିପୁଳ ସମ୍ମାନ, ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କଲି। ମାତ୍ର ଗତ ବର୍ଷ ଧନୁଯାତ୍ରାରେ କିଛି ବ୍ୟକ୍ତି ମୋର ଅଭିନୟକୁ ନେଇ ବିଭିନ୍ନ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଆସୁଛନ୍ତି। ଅପରପକ୍ଷେ ଅନେକ ସଂଗଠନ ତଥା ବ୍ୟକ୍ତିମାନେ ମତେ ପରିବର୍ତ୍ତନ ନ କରିବା ପାଇଁ ମଧ୍ୟ ଦାବି କରୁଥିବା ବିଷୟ ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଛି। ମୁଁ ଜଣେ କଳାକାର। ଅଭିନୟ ଦ୍ୱାରା ଲୋକମାନଙ୍କ ମନୋରଞ୍ଜନ କରିବା ମୋର ପେସା। ତେଣୁ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ବିବାଦ ମତେ ମାନସିକ ଅଶାନ୍ତି ଦେଇଛି। ଏଣୁ ମୁଁ ଆସନ୍ତା ବର୍ଷ ୨୦୨୬-୨୭- ଗୋଟିଏ ବର୍ଷ ପାଇଁ ଅବ୍ୟାହତି ନେଉଛି। ଭବିଷ୍ୟତରେ ଯେତେବେଳେ ଧନୁଯାତ୍ରା ମହୋତ୍ସବ ସମିତି ମତେ ପୁଣି ଥରେ ଅଭିନୟ କରିବା ପାଇଁ ସୁଯୋଗ ଦେବେ ମୁଁ ସାଦରେ ଗ୍ରହଣ କରିବି।
ଏବେ କାହାକୁ କଂସ ଭୂମିକା ପାଇଁ ଚୟନ କରାଯିବ, ତାକୁ ନେଇ ଚାଲିଛି ଚର୍ଚ୍ଚା।
📲Get App