🔥 TRENDING कलेक्टर आशीष तिवारी ने कटनी में जनसुनव... बड़वानी कलेक्टर हेमलता सोलंकी ने जनसुन... जौनपुर में 31 अक्टूबर को भव्य 'भारत मि... नायागाँव, ग्वालियर में राष्ट्रीय डीवॉर... संजय सिंघल को SSB के साथ अतिरिक्त रूप... ग्वालियर के पी.एम. श्री केवी सीआरपीएफ...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Politics

କୋଟିଆକୁ ନେଇ ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବ; ଚିଠିରେ କହିଲେ, ରାଜନୈତିକ ଦୃଷ୍ଟିକୋଣ ଛାଡ଼ି ଦିଅନ୍ତୁ

✍️ Reporter: Deepak Mahapatra 🗓 27 Oct 2026, 01:20 PM 👁 15
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: କୋଟିଆକୁ ନେଇ ଓଡ଼ିଶା ରାଜନୀତିରେ ପୁଣି ତେଜିଲା ଚର୍ଚ୍ଚା। କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ଏବଂ ରାଜ୍ୟର ସୀମା ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅକ୍ଟୋବର ୨୭ ତାରିଖରେ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ତାଙ୍କର ଅକ୍ଟୋବର ୧୯ ତାରିଖର ଚିଠିର ଉତ୍ତର ଦେଇଛନ୍ତି। ଏହି ଚିଠିରେ କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ମୋହନ ମାଝୀ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଗଠନମୂଳକ ଓ ଆଇନଗତ ଭାବେ ଗ୍ରହଣଯୋଗ୍ୟ ସମାଧାନ ପରିବର୍ତ୍ତେ ରାଜନୈତିକ ଦୃଷ୍ଟିକୋଣ ଅଧିକ ପ୍ରାଧାନ୍ୟ ପାଇଥିବା ଭଳି ମନେ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୯୩୬ରେ ଓଡ଼ିଶା ରାଜ୍ୟ ଗଠନ ହେବା ଦିନଠାରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅଂଶ ହୋଇ ରହିଆସିଛି। ରାଜ୍ୟ ସରକାର ଏହାର ଭୌଗୋଳିକ ଅଖଣ୍ଡତା ଓ ଆଇନସମ୍ମତ ସ୍ୱାର୍ଥର ସୁରକ୍ଷା ପାଇଁ ସାମ୍ବିଧାନିକ ଓ ଆଇନଗତ ଉପାୟରେ ପଦକ୍ଷେପ ନେଉଛନ୍ତି।
କୋଟିଆ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏହି କମିଟି କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳର ବିକାଶ, ଜନସେବା ଓ ସମାବେଶୀ ଅଭିବୃଦ୍ଧି ଉପରେ ନଜର ରଖିଛି। ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ନିୟମିତ ଭାବେ ଅଞ୍ଚଳ ଗସ୍ତ କରୁଛନ୍ତି।
ଏହି ବିବାଦର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସମସ୍ତ ପକ୍ଷ ସଂଯମ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏଥିସହ ଉପଯୁକ୍ତ ଆଇନଗତ ଓ ସାମ୍ବିଧାନିକ ମଞ୍ଚରେ ଏହି ଦୀର୍ଘଦିନର ବିବାଦର ସମାଧାନ ପାଇଁ ନବୀନ ପଟ୍ଟନାୟକଙ୍କଠାରୁ ଗଠନମୂଳକ ପରାମର୍ଶ ମଧ୍ୟ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ।
📲Get App